fbpx

ଷ୍ଟ୍ରେଚ ମାର୍କକୁ ନେଇ ଚିନ୍ତିତ ଅଛନ୍ତି କି ? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଟିପ୍ସ

ବୟସ ହେଉ ବା ଗର୍ଭାବସ୍ଥା ଓ ମୋଟାପଣ ଯୋଗୁଁ ମହିଳାଙ୍କ ଶରୀରରେ ଷ୍ଟ୍ରେଚ ମାର୍କ ହୋଇଥାଏ । ଯାହା ଦେଖିବାକୁ ଖୁବ୍ ଅସୁନ୍ଦର ଦେଖାଯାଇଥାଏ । ମହିଳାଙ୍କ ପାଇଁ ଷ୍ଟ୍ରେଚମାର୍କ ଏକ ବଡ଼ ସମସ୍ୟା । ଏହା ଦ୍ୱାରା ସେମାନଙ୍କ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ । ତେଣୁ ଏଥିପାଇଁ ଚିନ୍ତିତ ହେବା ସ୍ୱଭାବିକ କଥା । କିଛି ଘରୋଇ ଉପାୟରେ ଆପଣ ଏଥିରୁ ମୁକ୍ତି ପାଇପାରିବେ । କିନ୍ତୁ ବିଶେଷ କଥା ହେଉଛିଯେ ଆପଣ ଏହି ଉପାୟକୁ ପ୍ରତିଦିନ କରିବା ଉଚିତ । ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଷ୍ଟ୍ରେଚ୍ ମାର୍କ ଉପରେ ଅଲିଭ୍ ତେଲ, କ୍ୟାଷ୍ଟର ତେଲ ଏବଂ ନଡିଆ ତେଲ ଆଦି ବ୍ୟବହାର କରିପାରିବେ ।

– ସୌନ୍ଦର୍ଯ୍ୟତା ଏବଂ ସ୍ୱାସ୍ଥ୍ୟ ପାଇଁ ଆଲୋବେରା ଜେଲ୍ ଖୁବ୍ ଫାଇଦା ହୋଇଥାଏ । ଏହାଦ୍ୱାରା ବି ଆପଣ ଷ୍ଟ୍ରେଚ୍ ମାର୍କ ସମସ୍ୟାକୁ ଦୂର କରି ପାରିବେ । ସେଥିପାଇଁ ଏହି ଜେଲ୍ କୁ ଷ୍ଟ୍ରେଚ୍ ମାର୍କ ସ୍ଥାନରେ ଲଗାଇ ୧୫ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ ।

– ସେହିପରି ଅଣ୍ଡାର ଧଳା ଭାଗକୁ ଷ୍ଟ୍ରେଚ ମାର୍କରେ ଲଗାଇବା ଦ୍ୱାରା ଦାଗ କମ୍ ହୋଇଥାଏ । ଆପଣଙ୍କୁ ଅଣ୍ଡାକୁ ଭଲ ଭାବରେ ଫଟାଇ ଧଳା ଭାଗକୁ ଲଗାଇବା ଜରୁରୀ । ପରେ ଏହାକୁ ଧୋଇ ସେଥିରେ ମଶ୍ଚରାଇଜର କିମ୍ବା ଅଲିଭ୍ ତେଲ ଲଗାନ୍ତୁ ।

– ଆଳୁ ସାହାଯ୍ୟରେ ମଧ୍ୟ ଷ୍ଟ୍ରେଚ୍ ମାର୍କ ଦୂର କରିପାରିବେ । ସେଥିପାଇଁ ଆପଣ ଆଳୁକୁ ଛେଚି ରସ ବାହାର କରି ନିଅନ୍ତୁ । ସେହି ରସକୁ ଷ୍ଟ୍ରେଚ୍ ମାର୍କ ସ୍ଥାନରେ ଲଗାନ୍ତୁ । ଏହିଭଳି ଲଗାତର ୩ ରୁ ୪ ସପ୍ତାହ ଲଗାଇବା ଦ୍ୱାରା ସହଜରେ ଦାଗ ଦୂର ହୋଇଯାଇଥାଏ ।

Get real time updates directly on you device, subscribe now.