fbpx

ଗଳା ଦରଜ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି ? ଆସନ୍ତୁ ଜାଣିବା କିପରି କରିବେ ଏହାର ଘରୋଇ ଉପଚାର

ଶୀତଦିନରେ ଫ୍ଲୁର ପ୍ରକୋପ ବହୁତ ଥାଏ ,ତେଣୁ ଜ୍ୱର,ଥଣ୍ଡା,କାଶ ର ସମ୍ଭାବନା ବହୁ ମାତ୍ରାରେ ଥାଏ । । ଗଳା ଜନ୍ତ୍ରଣା ବହୁତ କଷ୍ଟସାଧ୍ୟ ହୋଇଥାଏ । ଏହା କାରଣରୁ ଖାଇବା ଏବଂ ପିଇବାରେ ମଧ୍ୟ ଅସୁବିଧା ହୋଇଥାଏ । ପ୍ରକୃତରେ ସଂକ୍ରମଣ ହେଉଛି ଏହାର ପ୍ରମୁଖ କାରଣ । ଏହା ଦ୍ୱାରା ମଧ୍ୟ ଗଳାରେ ଘା ସୃଷ୍ଟି ହୋଇଥାଏ ଯାହାଫଳରେ ଗଳାର ସମସ୍ୟା ଦେଖିବାକୁ ମିଳିଥାଏ । ଯଦି ଆପଣ ଗଳା ଯନ୍ତ୍ରଣାରୁ ଉପଶମ ପାଇବାକୁ ଚାହୁଛନ୍ତି, ତେବେ ଡ଼ାକ୍ତଙ୍କ ସହ ପରାମର୍ଶ କରନ୍ତୁ ନଚେତ୍ ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହା ଆପଣଙ୍କ ଗଳା କାଠିନତ୍ୟକୁ ଦୂର କରିବ । ଆସନ୍ତୁ ଜାଣିବା…

ଗର୍ଗଲିଂ- ଗଳା ଯନ୍ତ୍ରଣାକୁ ଉପଶମ ଦେବା ପାଇଁ ଉଷୁମ ପାଣିରେ ଲୁଣକୁ ମିଶାଇ କୁଳୁକୁଳୁ କରିବା ଏହାର ସର୍ବତ୍ତମ ଉପାୟ । ଯାହା ଦ୍ୱାରା ଗଳାକୁ ଆରାମ ମିଳିଥାଏ । ଯଦି ସଂକ୍ରମଣ କାରଣରୁ ଏହା ହୋଇଥାଏ ତାହେଲେ ଏହା ଗଳାକୁ ଆରାମ ଦେଇଥାଏ । ଦିନକୁ ଦୁଇ ତିନିଥର ଗରମ ପାଣିକୁ କୁଳୁକୁଳୁ କରିବାକୁ ପଡ଼ିଥାଏ ।ସେହିପରି ମହୁରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି । ଏକ ଚାମଚ ମହୁକୁ ଉଷୁମ ପାଣିରେ ମିଶାଇ ପିିବା ଦ୍ୱାରା ଗଳାର ଆରୋଗ୍ୟ ଶୀଘ୍ର ମଧ୍ୟ ହୋଇଥାଏ ।

ଅଦା – ଏଥିରେ ମଧ୍ୟ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଯେଉଥି ପାଇଁ ଅଦାକୁ ଗୋଟେ କପ୍ ପାଣିରେ ଫୁଟାନ୍ତୁ ଏବଂ ପରେ ଉଷୁମ ପାଣିରେ ମହୁ ମିଶାଇ ପିଅନ୍ତୁ ଯାହା ଦ୍ୱାରା ଗଳା ଯନ୍ତ୍ରାଣରୁ ମୁକ୍ତି ମିଳିଥାଏ ।

ମସଲା ଚା – ଲବଙ୍ଗ ,ତୁଳସୀ,ଅଦାକୁ ଭଲ ଭାବରେ ଫୁଟାନ୍ତୁ ଏବଂ ପରେ ସେଥିରେ ଚା ପତି ମିଶାଇ ଚା ପ୍ରସ୍ତୁତ କରନ୍ତୁ । ଏହି ଚା’ କୁ ଗରମ ଗରମ ପିଅନ୍ତୁ ଏହା ମଧ୍ୟ ଗଳାକୁ ଆରାମ ଦେଇଥାଏ ।

Get real time updates directly on you device, subscribe now.