fbpx

ଗାର୍ଲଫେଣ୍ଡଙ୍କୁ ପାଇବାକୁ ପ୍ରେମିକମାନେ ଭାଲେଟାଇନ୍ସ ଡେରେ ଏହି କୁଆଁରୀ ଗଛକୁ କରିଥାନ୍ତି ପୂଜା, ଜାଣନ୍ତୁ କାହିଁକି

ପ୍ରେମିକାଙ୍କୁ ପାଇବା ପାଇଁ ପ୍ରେମିକମାନେ ଅନେକ ଉପାୟ ଆପଣାଇଥାନ୍ତି । କିଏ ଫୁଲଦେଇ, କିଏ ଦାମି ଗିଫ୍ଟ ଦେଇ, କିଏ ଅନ୍ୟାନ୍ୟ ଲୋଭ ଦେଖାଇଥାନ୍ତି । ଆଜି ଆମେ ଆପଣମାନଙ୍କୁ ଏକ କୁଆଁରୀ ଗଛ ବିଷୟରେ କହିବାକୁ ଯାଉଅଛୁ । ନିଜ ଗାର୍ଲଫ୍ରେଣ୍ଡଙ୍କୁ ପାଇବା ପାଇଁ ପ୍ରେମିକମାନେ ଭାଲେଣ୍ଟାଇନ୍ସ ଡେରେ ଏହି ପଛକୁ ପୂଜା କରିଥାନ୍ତି ।

ଦିଲ୍ଲୀ ୟୁନିଭରସିଟିର ହିନ୍ଦୁ କଲେଜ ପରିସରରେ ଏକ ଗଛ ରହିଛି । ଏହି ଗଛକୁ ସମସ୍ତେ ‘କୁଆଁରୀ ଗଛ’ ନାମରେ ଜାଣନ୍ତି । ଭାଲେଣ୍ଟାଇନ୍ସ ଡେରେ ଏହି ଗଛକୁ ପୂଜା କରିବା ପୂର୍ବରୁ ଭଲଭାବରେ ସଜ୍ଜିତ କରାଯାଏ । ଏହି ଗଛକୁ ବେଲୁନ, କଣ୍ଡୋମ ସହ ବିଭିନ୍ନ ପ୍ରକାର ଲଭ ଆକୃତିର ଚିତ୍ରରେ ସଜାଯାଇଥାଏ । ଏହି ପୂଜାକୁ ନେଇ ପିଲାମାନଙ୍କ ମଧ୍ୟରେ ଅନେକ ବିଶ୍ୱାସ ରହିଛି ।

ଭାଲେଣ୍ଟାଇନ୍ସ ଡେରେ ପୂଜାରେ ଉପସ୍ଥିତ ରହି ପ୍ରସାଦ ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ୬ ସପ୍ତାହ ମଧ୍ୟରେ ଗାର୍ଲଫେଣ୍ଡ ବା ବୟଫ୍ରେଣ୍ଡ ମିଳିଥାଏ । ଏଥିସହ ୧ ବର୍ଷ ମଧ୍ୟରେ ଭର୍ଜିନିଟି ହରାଇବାକୁ ପଡ଼ିଥାଏ ବୋଲି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧାରଣା ରହିଆସିଛି । ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ଏହି ପୂଜା କରିଆସୁଛନ୍ତି । ଏହି ପୂଜାକୁ କଲେଜର ଅଧ୍ୟକ୍ଷ ବହୁବାର ବିରୋଧ କରିଆସୁଥିଲେ ମଧ୍ୟ ପୂଜାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇନାହିଁ । ଏହି ପରମ୍ପରା ପ୍ରାୟ ୭୦ ବର୍ଷ ଧରି ଚାଲିଆସୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.