fbpx

WFI ବିବାଦ ପୁଣି ତେଜିଲା: କେନ୍ଦ୍ର ସରକାରଙ୍କ କମିଟି ଉପରେ ଭରସା ନାହିଁ, ନୂଆ କମିଟି ପାଇଁ ଅପିଲ କଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫଆଇ)ର ଅଧ୍ୟକ୍ଷ ବ୍ରିଜଭୂଷଣ ଶରନ ସିଂହ ଓ କୁସ୍ତିଯୋଦ୍ଧାଙ୍କ ମାମଲାରେ ଦେଖିବାକୁ ମିଳିଛି ନୂଆ ବିବାଦ । ପୂର୍ବରୁ କେନ୍ଦ୍ର ସରକାର ଏହି ମାମଲାରେ ୫ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ । ମାତ୍ର ଏବେ କୁସ୍ତିଯୋଦ୍ଧାମାନେ ଏନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି । କମିଟି ଗଠନ ପୂର୍ବରୁ ସେମାନଙ୍କର ରାୟ ନିଆଯାଇନଥିଲା । ତେଣୁ ଏହି କମିଟିକୁ ଭାଙ୍ଗିବାକୁ ବିନେଶ ଫୋଗଟ ଓ ବଜରଙ୍ଗ ପୁନିଆ ଅପିଲ କରିଛନ୍ତି ।

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଘଣ୍ଟା ଘଣ୍ଟା ଧରି କୁସ୍ତିଯୋଦ୍ଧାଙ୍କ ସହିତ ଆଲୋଚନା କରିବା ପରେ ଏହି ମାମଲାରେ ଅନ୍ତ ଘଟିଥିଲା । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଓ ଆଶ୍ୱାସନା ପରେ ୩୦ରୁ ଅଧିକ କୁସ୍ତିଯୋଦ୍ଧା ଧାରଣାରୁ ହଟିଥିଲେ । ତେବେ ଏହା ମଧ୍ୟରେ ପୁଣି ଏହି ମାମଲାରେ ଏକ କେଁ ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ଗଠନ କରିଥିବା ୫ ଜଣିଆ କମିଟିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି କୁସ୍ତିଯୋଦ୍ଧା । ତେଣୁ ଏହି କମିଟିକୁ ଭାଙ୍ଗି ଏକ ନୂଆ କମିଟି ଗଠନ କରିବାକୁ ବଜରଙ୍ଗ ଓ ବିନେଶଙ୍କ ପରି କିଛି କ୍ରୀଡ଼ାବତ ଅପିଲ କରିଛନ୍ତି ।

କମିଟି ଗଠନ ପୂର୍ବରୁ ଆମମାନଙ୍କଠାରୁ ରାୟ ନନେବା ନିହାତି ଦୁଃଖର ବିଷୟ ବୋଲି ବଜରଙ୍ଗ ଟ୍ୱିଟ୍ କରିଛନ୍ତି । ସେହିପରି ନୂଆ କମିଟିରେ ଆମର ପସନ୍ଦ ମୁତାବକ ସଦସ୍ୟଙ୍କୁ ସାମିଲ କରାଯାଉ । ଏହି ମାମଲା ମହିଳାଙ୍କ ପାଇଁ ବହୁତ ଗମ୍ଭୀର ଅଟେ । କ୍ରୀଡ଼ା ମନ୍ତ୍ରଣାଳୟ ଆମକୁ ନ୍ୟାୟ ପ୍ରଦାନ କରିବା ନେଇ ଆଶା ରହିଛି ବୋଲି କହିଛନ୍ତି ବିନେଶ । ପୂର୍ବରୁ କ୍ରୀଡ଼ା ସଂଘକୁ ରାଜନୀତିଠାରୁ ଅଲଗା ରଖାଯିବ ବୋଲି ଅନୁରାଗ କହିଥିଲେ । ଅଲିମ୍ପିକ୍ସ ମେଡାଲ ବିଜେତା ମେରୀ କମଙ୍କୁ ଏହି ୫ ଜଣିଆ କମିଟିର ଅଧ୍ୟକ୍ଷା କରାଯାଇଥିଲା । ଏଥିସହିତ କମିଟିରେ ଯୋଗେଶ୍ୱର ଦତ୍ତ, ତୃପ୍ତି ମୁରଗୁଣ୍ଡେ, ରାଧିକା ଶ୍ରୀମନ ଓ ରାଜଶେ ରାଜଗୋପାଲ ସାମିଲ ଥିଲେ ।

Get real time updates directly on you device, subscribe now.