fbpx

ପୀଡ଼ିତାଙ୍କ ଜଙ୍ଘ ମଝିରେ ଖରାପ କାମ କରିବା ହେଉଛି ବଳାତ୍କାର ସହ ସମାନ: କେରଳ ହାଇକୋର୍ଟ

କୋଚ୍ଚି: ଯୁବତୀ ଏବଂ ନାବାଳିକା ମାନଙ୍କ ସହିତ ହେଉଥିବା ଖରାପ ବ୍ୟବହାରକୁ ନେଇ କେରଳ ହାଇକୋର୍ଟ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଯଦି କୌଣସି ଲୋକ ଯୁବତୀଙ୍କର ଜଙ୍ଘ ମଝିରେ କିଛି ଖରାପ ବ୍ୟବହାର କରୁଛି ତାହେଲେ ତାକୁ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୫ ଆଧାରରେ ବଳାତ୍କାର ବୋଲି କୁହାଯିବ । ଜଷ୍ଟିସ୍ କେ. ବିନୋଦଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ୨୦୧୫ରେ ଏହି ଭଳି ଏକ ରାୟ କରିଥିଲେ ।

ଲାଇଭ୍ ଲ’ ପକ୍ଷରୁ ଦିଆଯାଇଥିବା ଖବର ମୁତାବକ, ଏହି ମାମଲାରେ ଆଜୀବନ ସଜ୍ଜା କାଟୁଥିବା ଆରୋପୀ କେରଳ ଆଇକୋର୍ଟରେ ଅପିଲ୍ କରିଥିଲେ । ଆରୋପୀଙ୍କ ଉପରେ ନିଜର ପଡ଼ୋଶୀଙ୍କ ୧୧ ବର୍ଷର ଝିଅକୁ ବଳାତ୍କାର କରିବା ନେଇ ଅଭିଯୋଗ ରହିଥିଲା । ଅଭିଯୁକ୍ତ ଜଣକ ନାବାଳିକାଙ୍କ ଉପରେ ବାରମ୍ବାର ବିଭିନ୍ନ ସ୍ତରର ଯୌନ ଉତ୍ପୀଡ଼ନ କରିଥିଲା ।

ପେଟରେ ଲଗାତର ଭାବେ ଯନ୍ତ୍ରଣା ଅନୁଭୂତ ହେବାରୁ ପୀଡ଼ିତାଙ୍କ ମା’ ତାଙ୍କୁ ଡାକ୍ତରଖାନାକୁ ନେବା ପରେ ଘଟଣା ପଦାକୁ ଆସିଥିଲା । ଏହାପରେ ଚାଇଲ୍ଡଲାଇନ୍ ଅଫିସିଆଲ୍ ଙ୍କ ସହାୟତାରେ କେସ୍ କରାଯାଇଥିଲା ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । କୋର୍ଟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ । ଏହାପରେ ଅଭିଯୁକ୍ତ ଜଣକ କୋର୍ଟରେ ନୂତନ ଏକ ଆବେଦନ କରି ପ୍ରଶ୍ନ କରିଥିଲା ଯେ, ଦୁଇ ଜଙ୍ଘ ଭିତରେ କାମ କରିବାକୁ ପେନେଟ୍ରେସନ୍ ରେପ୍ କିପରି କୁହାଯାଇପାରିବ ?

ଏହି ପ୍ରଶ୍ନ ଉତ୍ତରରେ କୋର୍ଟ କହିଥିଲେ ଯେ, ଆଇପିସି ଧାରା ଅନୁସାରେ ଜଣେ ମହିଳାଙ୍କ ଶରୀରର ଅନ୍ୟ ଅଂଶରେ ପେନେଟ୍ରେସନ୍ ସାମିଲ ରହିଛି । ତେଣୁ ଯେକୌଣସି ଅଙ୍ଗରେ କିଛି ଖରାପ କାର୍ଯ୍ୟ କରିବାକୁ ପେନେଟ୍ରେସନ୍ ଯୌନ ଉତ୍ପୀଡ଼ନ ବୋଲି କୁହାଯାଇପାରେ ।

 

Get real time updates directly on you device, subscribe now.