fbpx

#WTC : #INDvsNZ ; ଭାରତର ବଢିଆ ଶୁଭାରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ ସାଉଥଆମ୍ପଟନରେ ଖେଳ ଆରମ୍ଭ ହୋଇସାରିଛି । ଏହା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ପ୍ରଥମ ଦିନରେ ବର୍ଷା ବାଧାପ୍ରାପ୍ତ ଯୋଗୁଁ ମ୍ୟାଚ ବନ୍ଦ ରହିଥିଲା । ଏପରିକି ଟସ୍ ପକାଇବା ସମ୍ଭବ ହୋଇନଥିଲା ।  ଅନେକ କ୍ରିକେଟ୍ ପ୍ରେମୀମାନେ ମନ ଦୁଃଖରେ ରହିଥିଲେ ।  ତେବେ ଆଜି ପାଗଟି ଭଲ ରହିଥିବାରୁ ଖେଳାଳୀମାନେ ଉତ୍ସାହଥିବା ଜଣାପଡିଛି ।

ଭାରତୀୟ ଦଳ ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଖେଳାଳୀମାନେ  ବ୍ଲାକଆର୍ମ ବ୍ୟାଣ୍ଡ ପିନ୍ଧି ମ୍ୟାଚ୍ ଖେଳିଛନ୍ତି । ଆଜି ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ଦଳ । ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ଶୁଭନମଗିଲ ଓ ରୋହିତ୍ ଶର୍ମାଙ୍କ ଓପନିଂ ବ୍ୟାଟିଂ ଦମଦାର ରହିଥିଲା । ଅପରାହ୍ନ ୪ଟା ସୁଦ୍ଧା ୧୩ ଓଭରରେ ୪୧ ରନ କରିଥିଲା । ତେବେ ପରେ ରୋହିତ୍ ୬୮ ବଲରେ ୩୪ ରନ କରି ଆଉଟ୍ ହୋଇଥିବା ବେଳେ ଶୁଭନମ ୬୪ ବଲରେ ୨୮ ରନ କରି ପ୍ୟାଭଲିଅନ ଫେରିଥିଲେ । ଏହି ଯୋଡିଙ୍କ ପରେ ଫିଲ୍ଡକୁ ଆସିଥିଲେ ପୂଜାରା ଓ ବିରାଟ୍ କୋହଲି । ରିପୋର୍ଟ ଅନୁଯାୟୀ ୨୮ ଓଭରରେ ମାତ୍ର ୬୯ ରନ କରି ଭାରତର ୨ଟି ୱିକେଟ ଯାଇଥିଲା ।

ଅନ୍ୟପକ୍ଷରେ ସାଉଥାମ୍ପଟନର ପିଚ୍ ଦ୍ରୁତ ବୋଲଙ୍କୁ ସୁହାଉଛି ବୋଲି କୁହାଯାଉଛି । ନ୍ୟୁଜଲାଣ୍ଡର ୪ଜଣ ଦ୍ରୁତ ବୋଲ ସହ ଅଲରାଉଣ୍ଡର କଲିନ ଡି ଗ୍ରାଣ୍ଡହୋମଙ୍କୁ ଏଥିରେ ସାମିଲ କରାଯାଇଛି । ଅନ୍ୟପଟେ ଭାରତର ୨ଜଣ ସ୍ପିନର ୩ଜଣ ଦ୍ରୁତ ବୋଲରଙ୍କୁ ନେଇ ମ୍ୟାଚ୍ ଖେଳାଯାଉଛି ।

Get real time updates directly on you device, subscribe now.