ଡ଼ରିଗଲା ସରକାର! ‘କକରୋଚ୍ ଜନତା ପାର୍ଟି’ ଉପରେ ବଡ଼ ଆକ୍ସନ! ଆକାଉଣ୍ଟ ଡିଲିଟ୍ ସାମ୍ନାକୁ ଆସିଲା ନୂଆ ଭିଡିଓ
କୋକ୍ରୋଚ୍ ଜନତା ପାର୍ଟି ଆକାଉଣ୍ଟ ବନ୍ଦ
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ “କୋକ୍ରୋଚ୍” ବୟାନର ପ୍ରତିବାଦରେ ଗଠିତ କୋକ୍ରୋଚ୍ ଜନତା ପାର୍ଟି (CJP)ର X ଆକାଉଣ୍ଟକୁ ଗୁରୁବାର ଦିନ ଅବରୋଧ କରାଯାଇଛି। ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନିଲମ୍ବନ ଘୋଷଣା କରିଥିଲେ। ପୂର୍ବରୁ, ଦିନ ୧୨ଟା ସୁଦ୍ଧା Xରେ ଦଳର ପ୍ରାୟ ୧୯୩,୦୦୦ ଅନୁସରଣକାରୀ ଥିଲେ।
ଏହାର ଇନଷ୍ଟାଗ୍ରାମ ଆକାଉଣ୍ଟ ସକ୍ରିୟ ଅଛି, ଗୁରୁବାର ଦିନ ୧ଟା ସୁଦ୍ଧା ଏହାର ୧୨୫ ନିୟୁତରୁ ଅଧିକ ଫଲୋଅର୍ସ ଅଛନ୍ତି। ଦେଶର ଦୁଇଟି ବୃହତ ରାଜନୈତିକ ଦଳର ତୁଳନାରେ, ବିଜେପିର ଇନଷ୍ଟାଗ୍ରାମରେ ୮.୭ ନିୟୁତ ଫଲୋଅର୍ସ ଥିବା ବେଳେ କଂଗ୍ରେସର ୧୩.୩ ନିୟୁତ ଫଲୋଅର୍ସ ଅଛନ୍ତି।X ରେ ଦଳର ଆକାଉଣ୍ଟ ଖୋଲିବା ସମୟରେ ଲେଖାଯାଇଛି ଯେ ଆଇନଗତ ଦାବି ଯୋଗୁଁ ଏହି ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି।
ଏହାପରେ ଅଭିଜିତ କହିଛନ୍ତି ମୁଁ ଯେପରି ଭାବିଥିଲି ସେହିପରି ଘଟିଲା। ସୂଚନାମୁତାବକ ଅଭିଜିତ ଦଳର ଲୋଗୋ ମଧ୍ୟ ପ୍ରକାଶ କରିଥିଲେ। କୋକ୍ରୋଚ୍ ଜନତା ଦଳର ସ୍ଲୋଗାନ ହେଉଛି ‘ଧର୍ମନିରପେକ୍ଷ, ସମାଜବାଦୀ, ଗଣତାନ୍ତ୍ରିକ, ଅଳସୁଆ।’ ଏହାର ଲୋଗୋ ମଧ୍ୟ ସୃଷ୍ଟି ହୋଇଥିଲା।
୧୫ ମଇରେ କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ସିଜେଆଇ ସୂର୍ଯ୍ୟକାନ୍ତ ଏକ ମାମଲାର ଶୁଣାଣି ସମୟରେ କିଛି ବେକାର ଯୁବକଙ୍କୁ କକ୍ରୋଚ୍ ସହିତ ତୁଳନା କରିଥିଲେ। ଗୋଟିଏ ଦିନ ପରେ, ସିଜେଆଇ ଏହି ବକ୍ତବ୍ୟକୁ ଅସ୍ୱୀକାର କରିଥିଲେ। ପରେ ଏହାକୁ ନେଇ ଏହା ଦଳ ଗଠନ କରିଥିଲା।
ଯୁବପିଢ଼ି କାହିଁକି ପସନ୍ଦ କରୁଛନ୍ତି: ଭାରତରେ ବଢ଼ୁଥିବା ବେକାରୀ ମଧ୍ୟରେ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା “କକ୍ରୋଚ୍ ଜନତା ପାର୍ଟି” ଅଭିଯାନ ଯୁବପିଢ଼ିଙ୍କ କ୍ରୋଧର ପ୍ରତୀକ ପାଲଟିଛି। ପେପର ଲିକ୍, ନିଯୁକ୍ତି ବିଳମ୍ବ ଏବଂ ସୀମିତ ସରକାରୀ ଚାକିରି ଯୋଗୁଁ ଛାତ୍ର ଏବଂ ଚାକିରି ଖୋଜୁଥିବା ଲୋକମାନେ ପୂର୍ବରୁ କ୍ରୋଧିତ। ଆଉ ଏହି ପାର୍ଟି ଯେପରି ତାଙ୍କର ସ୍ବର ପାଲଟିଛି ବୋଲି ତାଙ୍କୁ ଲାଗୁଛି । ଯାହା ପାଇଁ ଏତେ କମ ଦିନରେ ଏଥିରେ ଅଧିକ ଲୋକ ଜଡିତ ହେଲେ ।
View this post on Instagram

