fbpx

ସାବଧାନ! ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୧ା୫ (ଓଡିଶା ଭାସ୍କର): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ା, କୋରାପୁଟ, ନୂଆପଡ଼ା, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଗଜପତି ଆଦି ଜିଲ୍ଲାମାନଙ୍କରେ କାଳବୈଶାଖୀ ବର୍ଷା ହେବ । ଏହାଛଡ଼ା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଆସନ୍ତା କାଲିଠାରୁ ପବନର ବେଗ ବୃଦ୍ଧି ପାଇବ । ୩ ଓ ୪ ତାରିଖରେ ଅଧିକ ସ୍ଥାନରେ କାଳବୈଶାଖୀ ଅନୁଭୂତ ହୋଇ ୪୦ରୁ ୫୦ କିମି ବେଗରେ ପବନ ବହିବ । ଏହାକୁ ଦୃଷ୍ଟିରେ ରଖି ଏହିସବୁ ଜିଲ୍ଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ତାପମାତ୍ରା ହ୍ରାସ ପାଇବା ସହ ଆଭ୍ୟନ୍ତରୀଣ ଅଞ୍ଚଳରେ ତାତି ଜାରି ରହିଛି । ଏବେ ରାଜ୍ୟରେ ଲଗାତାର ୪ ଦିନ କାଳବୈଶାଖୀ ଜାରି ରହିବ । ପରବର୍ତ୍ତୀ ସମୟରେ ଧୀରେ ଧୀରେ ସମଗ୍ର ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ ବୋଲି କୁହାଯାଇଛି ।

Get real time updates directly on you device, subscribe now.