fbpx

ଦିଶାଙ୍କ ପାଇଁ ହଁ, ଯାତ୍ରା ପାଇଁ ନାଁ; କାହିଁକି ଏତେ ପାତରଅନ୍ତର ?

ଭୁବନେଶ୍ୱର: ଚଳିତ ମାସ ୨୮ ତାରିଖରୁ ଭୁବନେଶ୍ୱରର ଖଣ୍ଡଗିରି ଏବଂ ଉଦୟଗିରି ପାଦଦେଶରେ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି ମେଳା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଚଳିତ ବର୍ଷ ଅପେରାକୁ ଅନୁମତି ମିଳିଥିବା ବେଳେ ଅଶ୍ଳିଳ ନାଚ ଉପରେ ବିଏମ୍‌ସି ରୋକ ଲଗାଇଛି। ଏହା ଏକ ଧାର୍ମିକ ଯାତ୍ରା ହୋଇଥିବାରୁ ଅଶ୍ଳିଳ ନାଚ ଦ୍ୱାରା ଲୋକଙ୍କ ସାମାଜିକ ତଥା ଧାର୍ମିକ ଭାବନା ଉପରେ ପ୍ରବାବ ପଡ଼ିବ ବୋଲି କୁହାଯାଇଛି।

ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରାରେ ଡ୍ୟାନ୍ସ କରୁଥିବା ରାଣି ପ୍ରିୟଦର୍ଶିନୀ। ଯାତ୍ରାରେ ଆଇଟମ୍ ଡ୍ୟାନ୍ସ ଉପରେ ରୋକ ଲାଗିବା ନେଇ ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଣୀଙ୍କ କହିବା ମୁତାବକ ଆଇଟମ୍ ଡ୍ୟାନ୍ସ ଏବଂ ଅଶ୍ଳିଲ ନାଚ ସମ୍ପୁର୍ଣ୍ଣ ଅଲଗା। ଆଇଟମ୍ ଡ୍ୟାନ୍ସକୁ ଲୋକେ ପସନ୍ଦ କରନ୍ତି, ଯଦି ହକି ଉଦଘାଟନୀରେ ଦିଶା ପାଟନୀଙ୍କୁ ଅନୁମତି ମିଳୁଛି, ତେବେ ଯାତ୍ରାରେ ନାଁ କ’ଣ ପାଇଁ ବୋଲି ରାଣୀ ପ୍ରଶ୍ନ କରିଛନ୍ତି।

ଦିଶା ପାଟନୀଙ୍କ ପାଇଁ ସବୁକିଛି ଠିକ୍ ଥିବା ବେଳେ ଯାତ୍ରା ପାଇଁ ନିଅମ କାହିଁକି ଅଲଗା ବୋଲି ସେ ପଚାରିଛନ୍ତି। ପୁର୍ବରୁ ଖଣ୍ଡଗିରି ଯାତ୍ରାରେ ଅଶ୍ଳିଳ ନାଚକୁନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ କିଛି ସଂଘଟଣ ଅଶ୍ଳୀଲ ନାଚ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରଦର୍ଶନ କରିଛନ୍ତି।

youtube.com/watch?v=SnRokL7iLqo

Get real time updates directly on you device, subscribe now.