fbpx

ପ୍ରତିଦିନ ୫ ମିନିଟର Yoga Break, ଡାଉନଲୋଡ୍ କର ଏହି ଆପ୍: ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ଯଦି ଆପଣ ଏକ ସରକାରୀ କାର୍ୟ୍ୟାଳୟକୁ ଯାଉଛନ୍ତି ଓ ସେଠାକାର ଅଧିକାରୀ ଯଦି ଆପଣଙ୍କୁ କୁହନ୍ତି ୫ ମିନିଟ୍ ର ଯୋଗ ବ୍ରେକ୍ ନେଉଛନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ନାହିଁ । ପ୍ରକଅତ କଥା ହେଲା ସରକାର ଏବେ ଚାହୁଁଛନ୍ତି ସରକାରୀ କର୍ମଚାରୀ ମାନେ କାମ ସମୟରେ ଏକଦମ୍ ସତେଜ ରୁହନ୍ତୁ ଓ କର୍ମଠ ହୁଅନ୍ତୁ । ତେଣୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଏକ ଆପ୍ ” Y-Break” ଆପ୍ ଡାଉନଲୋଡ୍ କରିବାକୁ କୁହାଯାଇଛି। ଯୋଗର ପଦ୍ଧତି ଏବଂ ଉପକାରିତା ଏହି ଆପରେ କୁହାଯାଇଛି । ଏହି ଆପ୍ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି । ସରକାର ଏହି ନିର୍ଦ୍ଦେଶ ସେପ୍ଟେମ୍ବର ୨ ତାରିଖରେ ଦେଇଛନ୍ତି।

ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DoPT) ପକ୍ଷରୁ ଜାରି କରାଯାଇଥିବା ଆଦେଶରେ ସମସ୍ତ ମନ୍ତ୍ରଣାଳୟକୁ ଏହି ଆପକୁ ପ୍ରୋତ୍ସାହିତ କରିବାକୁ କହିଛି। Y-Break (ଯୋଗ ବ୍ରେକ୍) ପ୍ରୋଟୋକଲର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ଅନୁରୋଧ କରାଯାଇଛି । ଯୋଗ ପ୍ରୋଟୋକଲ୍ ଏବଂ ଆପ୍ ଏକ ସ୍ୱୟଂଶାସିତ ସଂସ୍ଥା ଦ୍ୱାରା ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଯୋଗ (MDNIY) ର ସହଯୋଗରେ ସୃଷ୍ଟି କରାଯାଇଛି । ଏହା ଆୟୁଷ ମନ୍ତ୍ରଣାଳୟ ଅଧୀନରେ କାମ କରେ ।

ଯୋଗ ବିଶେଷଜ୍ଞ ମାନଙ୍କ କହିବା କଥା ଯେ, ଅଫିସ୍ ରେ କର୍ମଚାରୀ ମାନେ ଘଣ୍ଟା ଧରି ବସି କାମ କରୁଛନ୍ତି । ତେଣୁ ଏହାରି ଭିତରେ ଏକ ବ୍ରେକ୍ ମିଳିବା ଆବଶ୍ରକ । ଯାହାଦ୍ୱାରା ସେମାନେ ଷ୍ଟେସ୍ କୁ ନିୟନ୍ତ୍ରଣ କରିପାରିବେ । ଏହାର ପ୍ରଭାବ କେବଳ ଆପଣଙ୍କ ଫିଜିକାଲ୍ ହେଲଥ୍ ଉପରେ ନୁହେଁ ବରଂ ମେଣ୍ଟାଲ୍ ହେଲଥ୍ ଉପରେ ବି ପଡ଼ିବ ।

Get real time updates directly on you device, subscribe now.