fbpx

ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ଏତଲା ଦାୟର, ମିଥ୍ୟା ତଥ୍ୟ ପ୍ରଚାର କରି ଅଡୁଆରେ ବାବା

ରାୟପୁର (ଓଡ଼ିଶା ଭାସ୍କର): ଯୋଗ ଗୁରୁ ରାମଦେବଙ୍କ ବିରୋଧରେ ଦାୟର ହେଲା ଏତଲା । କରୋନା ଚିକିତ୍ସା ପାଇଁ ଡାକ୍ତରମାନେ ବ୍ୟବହାର କରୁଥିବା ଔଷଧକୁ ନେଇ ମିଥ୍ୟା ତଥ୍ୟ ପ୍ରଚାର କରି ଅଡୁଆରେ ବାବା ରାମଦେବ । ତାଙ୍କର ଏହି ଭୁଲ ପାଇଁ ଏବେ ଛତିଶଗଡର ରାୟପୁର ପୁଲିସ ଯୋଗ ଗୁରୁ ରାମଦେବଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିଛି ।

ଭାରତୀୟ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମ୍‌ଏ) ର ଛତିଶଗଡର ୟୁନିଟ୍‌ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗକୁ ଆଧାର କରି ରାମଦେବଙ୍କ ବିରୋଧରେ ଏହି ଏତଲା ଦାୟର କରାଯାଇଛି ବୋଲି ରାୟପୁରର ବରିଷ୍ଠ ପୁଲିସ ଅଧୀକ୍ଷକ ଅଜୟ ଯାଦବ କହିଛନ୍ତି ।ଧାରା ୧୮୮ (ସରକାରୀ କର୍ମଚାରୀଙ୍କ ଦ୍ୱାରା ପାସ୍‌ ହୋଇଥିବା ଆଦେଶକୁ ଅବମାନନା), ୨୬୯ (ଜୀବନ ପ୍ରତି ଥିବା ବି ଦଜନକ ରୋଗର ସଂକ୍ରମଣ ବିସ୍ତାର କରିବାର ଅବହେଳା କାର୍ଯ୍ୟ), ୫୦୪ (ଶାନ୍ତି ଉଲ୍ଲଂଘନ ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ଅନ୍ୟ ଧାରାରେ ରାମଦେବଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି ।

ଆଇଏମଏ କରିଥିବା ଅଭିଯୋଗରେ ଲେଖାଯାଇଛି ଯେ, ଗତ ଏକ ବର୍ଷ ଧରି ରାମଦେବ ମିଥ୍ୟା ତଥ୍ୟ ତଥା ସୋସିଆଲ ମିଡିଆରେ ମେଡିକାଲ ଭ୍ରାତୃଭାବ, ଭାରତ ସରକାର, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏବଂ ଅନ୍ୟାନ୍ୟ ଫ୍ରଣ୍ଟଲାଇନ ସଂଗଠନ ଦ୍ୱାରା କରୋନା ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧ ବିରୋଧରେ ସୋସିଆଲ ମିଡିଆରେ ଅପପ୍ରଚାର କରୁଛନ୍ତି ।

Get real time updates directly on you device, subscribe now.