fbpx

ଖୁସିଖବର: ପାରା ଅଲିମ୍ପିକ୍ସରେ ଯୋଗେଶଙ୍କୁ ରୌପ୍ୟ ପଦକ

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ଯୋଗେଶ କାଥୁନିଆଙ୍କୁ ମିଳିଛି ରୌପ୍ୟ ପଦକ । ପୁରୁଷ ଡିସକସ୍ ଥ୍ରୋ’ରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ । F56 କାଟାଗୋରୀରରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଯୋଗେଶ ମୋଟ୍ ୪୪.୩୮ମିଟର ଥ୍ରୋ କରିଥିଲେ । ଆଜି ଗୋଟିଏ ଦିନରେ ସକାଳୁ ସକାଳୁ ଭାରତକୁ ୨ଟି ପଦକ ମିଳିଛି ।

ତେବେ ଆଜି ଟୋକିଓ ପାରା ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ ଲେଖରା । ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ । ମହିଳା ୧୦ ମିଟର ଏୟାର ପିସ୍ତଲ ରାଇଫଲରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବିଶ୍ୱ ରେକର୍ଡର ସମକକ୍ଷ ହୋଇ ଅବନୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର କ୍ଲାସ ଏସଏଚ୧ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

Get real time updates directly on you device, subscribe now.