fbpx

କରୋନା ପାଇଁ ଯୋଗୀ ସରକାରଙ୍କ ଘୋଷଣା: ୩୫ ଲକ୍ଷ ଶ୍ରମିକଙ୍କୁ ମିଳିବ ଭତ୍ତା

ଲଖନଉ,୨୧ ।୩: କରୋନା ମୁକାବିଲା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନେକ ଘୋଷଣା କରିଛନ୍ତି । ରାଜ୍ୟରେ ୨୩ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ସେ କହିଛନ୍ତି । ରାଜ୍ୟରେ ୧୫ ଲକ୍ଷ ବେତନ ଶ୍ରମିକ ଓ ୨୦.୩୭ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୦୦୦ ଟଙ୍କା ପ୍ରଦାନ କରାଯିବ । ରାସ୍ତା-ଘାଟ ବିକ୍ରେତାଙ୍କୁ ମଧ୍ୟ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ରାଶି ଶ୍ରମିକଙ୍କ ଆକାଉଣ୍ଟକୁ ଯିବ ।

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନତା କର୍ଫ୍ୟୁ ପାଇଁ ଆହ୍ୱାନ, ଦୟାକରି ସମସ୍ତେ ଘରେ ରୁହନ୍ତୁ । ରବିବାର ଦିନ ମେଟ୍ରୋ ବସ୍, ସିଟି ବସ୍ ବନ୍ଦ ରହିବ ।’

Get real time updates directly on you device, subscribe now.