fbpx

ଆଜି ଯୋଗିନୀ ଏକାଦଶୀ ବ୍ରତ: ଭୁଲରେ ଏହି ଅଶୁଭ ମୂହୁର୍ତ୍ତରେ କରନ୍ତୁନି ପୂଜା

ଆଜି ପାଳନ ହେଉଛି ପବିତ୍ର ଯୋଗିନୀ ଏକାଦଶୀ ବ୍ରତ । ଏହି ବ୍ରତ ପାଳନ କଲେ ଶୁଭ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଲୋକମାନେ ଏହି ବ୍ରତକୁ ନିଷ୍ଠାର ସହ ପାଳନ କରିଥାନ୍ତି । ଏହି ଯୋଗିନୀ ଏକାଦଶୀକୁ ମହତ୍ତ୍ୱପୂର୍ଣ୍ଣ ଏକାଦଶୀ ଭାବେ ପାଳନ କରା ଯାଇଥାଏ । ନିଷ୍ଠାର ସହ ବ୍ରତର ନିୟମକୁ ପାଳନ କଲେ ପୂର୍ଣ୍ଣ ଫଳ ପ୍ରାପ୍ତି ହୋଇଥାଏ । କିନ୍ତୁ ଯଦି ଆପଣ ଏହି ବ୍ରତକୁ ଅଶୁଭ ମୂହୁର୍ତ୍ତରେ କରୁଛନ୍ତି ତେବେ ଆପଣଙ୍କ ଅନେକ କ୍ଷତି ହେବାର ସମ୍ଭାବନା ରହିଛି । ଆଜି ପାଳନ କରାଯାଉଥିବା ଏହି ବ୍ରତର ଶୁଭ ଓ ଅଶୁଭ ମୂହୁର୍ତ୍ତ ବିଷୟରେ ଜାଣି ନିଅନ୍ତୁ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯୋଗିନୀ ଏକାଦଶୀ ବ୍ରତର ନିୟମକୁ ଠିକ ଭାବେ ଅନୁସରଣ କଲେ ହିଁ ପୂର୍ଣ୍ଣ ଫଳ ପ୍ରାପ୍ତି ହୋଇଥାଏ । ଏହି ବ୍ରତକୁ ଶୁଭ ମୂହୁର୍ତ୍ତରେ ହିଁ ପୂଜା କରା ଯାଇଥାଏ । ଏହି ଶୁଭ ମୂହୁର୍ତ୍ତରେ ପୂଜା କଲେ ଆପଣଙ୍କ ସବୁ କଷ୍ଟ ଦୂର ହୋଇଯିବ । କିନ୍ତୁ ଅଶୁଭ ମୂହୁର୍ତ୍ତରେ ବ୍ରତକୁ ପାଳନ କଲେ ଆପଣଙ୍କୁ ଶୁଭ ଫଳ ନମିଳିବା ସହ ଅନେକ କ୍ଷତି ହେବାର ସମ୍ଭାବନା ରହିଛି ।

ଯୋଗିନୀ ଏକାଦଶୀର ଶୁଭ ମୂହୁର୍ତ୍ତ:
ଏହି ଯୋଗିନୀ ଏକାଦଶୀ ବ୍ରତର ଶୁଭ ମୂହୁର୍ତ୍ତ ସକାଳ ୧୧.୩୩ ମିନିଟରୁ ୧୨.୨୮ ମିନିଟ ମଧ୍ୟରେ ପୂଜା କରିବାର ଉତ୍ତମ ମୂହୁର୍ତ୍ତ ରହିଛି । ସେହିପରି ଏହି ବ୍ରତର ଉପବାସ ୨୫ ଜୁନ ୫.୪୭ ମିନିଟରୁ ୮.୨୮ ମିନିଟ ମଧ୍ୟରେ ଭାଙ୍ଗିପାରିବେ ।ଏହି ମୂହୁର୍ତ୍ତରେ ପୂଜା କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ ।

ଏହି ଅଶୁଭ ମୂହୁର୍ତ୍ତରେ କରନ୍ତୁ ନାହିଁ ଏହି ବ୍ରତ:
-ଆଜି ରାହୁକାଳ ୧୦.୩୯ ମିନିଟରୁ ଦ୍ୱିପ୍ରହର ୧୨.୨୪ ମିନିଟ ପର୍ଯ୍ୟନ୍ତ ରହିଛି ।
– ଯମଗଣ୍ଡ କାଳ ଦ୍ୱିପ୍ରହର ୩.୫୩ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୫.୩୮ ମିନିଟ ପର୍ଯ୍ୟନ୍ତ ରହିବ ।
-ଗୁଲିକ କାଳ ଆସନ୍ତା କାଲି ସକାଳ ୦୭.୦୯ ମିନିଟରୁ ଆରମ୍ଭ ହୋଇ ସକାଳ ୦୮.୫୪ ମିନିଟ ପର୍ଯ୍ୟନ୍ତ ରହିବ ।
– ବିଡାଳ ଯୋଗ କାଳ ସକାଳ ୦୫. ୨୪ ମିନିଟରୁ ୦୮.୦୪ ପର୍ଯ୍ୟନ୍ତ ରହିବ ।
– ବର୍ଯ୍ୟ କାଳ ସନ୍ଧ୍ୟା୦୬.୩୬ ମିନିଟରୁ ରାତି ୦୮.୩୨ ମିନିଟ ପର୍ଯ୍ୟନ୍ତ ରହିବ ।
-ଦୁମୂହୁର୍ତ୍ତ କାଳ ସକାଳ ୦୮.୧୨ ମିନିଟରୁ ଆରମ୍ଭ ହୋଇ ୦୯.୦୮ ପର୍ଯ୍ୟନ୍ତ ରହିବ ।
-ଗଣ୍ଡ ମୂଳ ସକାଳ ୦୫.୨୪ ମିନିଟରୁ ୦୮.୦୪ ମିନିଟ ପର୍ଯ୍ୟନ୍ତ ରହିବ ।

ଏହି ସବୁ ଅଶୁଭ ମୂହୁର୍ତ୍ତରେ ଯୋଗିନୀ ଏକାଦଶୀ ବ୍ରତ ପାଳନ କଲେ ଆପଣଙ୍କର କ୍ଷତି ହେବ । ତେଶୁ ଶୁଭ ମୂହୁର୍ତ୍ତ ଅନୁସାରେ ହିଁ ଏହି ବ୍ରତକୁ ପାଳନ କରିବା ଉଚିତ ।

ବ୍ରତ ଦ୍ୱାରା ମିଳିବ ସୁଖ ସମୃଦ୍ଧି:
ଯୋଗିନୀ ଏକାଦଶୀରେ ପ୍ରାତଃ ସ୍ନାନ କରି ଭଗବାନଙ୍କ ଦର୍ଶନ କରିବା ପରେ ଏକାଦଶୀ ବ୍ରତର ସଂକଳ୍ପ ନେବାକୁ ପଡ଼ିଥାଏ । ହଳଦିଆ ବସ୍ତ୍ର ପରିଧାନ କରି ଭଗବାନ ବିଷ୍ଣୁଙ୍କ ପୂଜା କରିବାକୁ ପଡ଼ିଥାଏ । ଭଗବାନ ବିଷ୍ଣୁଙ୍କୁ ଗଙ୍ଗାଜଳରେ ଅଭିଷେକ କରିବା ପରେ ଚନ୍ଦନ, ଅକ୍ଷତ, ଧୂପ ଓ ଦୀପ ଦେଇ ଭଗବାନଙ୍କୁ ପୂଜା କରା ଯାଇଥାଏ । ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରି ଆରାଧନା କରାଯାଏ । ଏକାଦଶୀ ବ୍ରତର ମାହାତ୍ମ୍ୟକୁ ପଢିବାକୁ ପଡ଼ିଥାଏ । ଏହି ଏକାଦଶୀ ପାଳନ କଲେ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତି ମିଳିବା ସହ ଜୀବନରେ ସୁଖ ଭରି ଯାଇଥାଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.