fbpx

ନିର୍ବାଚନରେ ଅନିୟମିତତା ଦେଖାଦେଲେ ଆପଣ ଫଟୋ ଓ ଭିଡିଓ ଅପଲୋଡ୍ କରିପାରିବେ, ଜାଣନ୍ତୁ cVIGIL Appର ବ୍ୟବହାର ବିଷୟରେ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ଙ୍କ ପକ୍ଷରୁ ଏକ ନୂଅ ଅପଡେଟ୍ ଆସିଛି । ମୁଖ୍ୟ ନିର୍ବାଚନ କମିଶନ (ସିଇସି) ସୁଶୀଲ ଚନ୍ଦ୍ରା ଆସନ୍ତା ନିର୍ବାଚନର ସିଡ୍ୟୁଲ ସେୟାର କରିବା ଅବସରେ ସୁସ୍ଥ ଓ ଅବାଧ ନିର୍ବାଚନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ଜନସାଧାରଣ cVIGIL ନାମକ ଆପକୁ ବ୍ୟବହାର କରି ଫଟୋ ଓ ଭିଡିଓ ସୁଟ୍ କରି ନିର୍ବାଚନ ସମ୍ପର୍କୀତ ଅଭିଯୋଗ ଦାଖଲ କରିପାରିବେ । ଏହା ମଡେଲ କୋଡ୍ ଅଫ୍ କଣ୍ଡକ୍ଟର ଅବମାନନାକୁ ରୋକିବାରେ ସହାୟକ ହେବ । ତେବେ ଏହି ଅଭିଯୋଗ ଆସିବା ପରେ ୧୦୦ ମିନିଟ୍ ଅର୍ଥାତ ଏକ ଘଣ୍ଟା ୪୦ ମିନିଟ୍ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଇସି ସୂଚନା ଦେଇଛନ୍ତି ।

cVIGIL ଆପ ଫ୍ରିରେ ଉପଲବ୍ଧ ହେଉଥିବା ବେଳେ ଆଣ୍ଡ୍ରଏଡ ବ୍ୟବହାରକାରୀ ସମସ୍ତ ଭାରତୀୟ ନାଗରିକ ଏହାକୁ ବ୍ୟବହାର କରିପାରିବେ । ନିର୍ବାଚନ ସମୟରେ ଯଦି କୌଣସି ଦୂରୁପଯୋଗ ସାମ୍ନାକୁ ଆସେ, ତେବେ ଏ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କୁ ନିକଟକୁ ନଯାଇ ଆପ୍ ମାଧ୍ୟମରେ ଅଭିଯୋଗ ଦାୟର କରିହେବ । ଅଭିଯୋଗ ଦାୟର ପରେ ଅଭିଯୋଗକାରୀଙ୍କୁ ଏକ ଆଇଡି ମିଳିଥାଏ ଓ ଏହାପରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।

ଏହି ଆପକୁ ବ୍ୟବହାର କରିବା ପାଇଁ ଆପଣ ନିଜର ମୋବାଇଲ ନମ୍ବରରେ ଏହାକୁ ଲଗ୍ ଇନ୍ କରିପାରିବେ । ଥରେ ଲଗ୍ ଇନ୍ କରି ସାରିବା ପରେ ଆପଣ ଏକ ଫଟୋ କିମ୍ବା ୨ ମିନିଟ୍ ପର୍ଯ୍ୟନ୍ତ ଏକ ଭିଡିଓ ରେକର୍ଡ କରିପାରିବେ । ଏହାପରେ ଏହା ଡିଜିଟାଲ ପ୍ରୁଫ୍ ଭାବେ ଆପଣଙ୍କ ଲୋକେସନକୁ ଭୌଗୋଳିକ ସୂଚନା ପ୍ରକ୍ରିୟା ଦ୍ୱାରା ଟ୍ରାକ୍ କରିନେଇଥାଏ । ଆପଣ ଥରେ ଅଭିଯୋଗ ସବମିଟ୍ କରିବା ପରେ ଏକ ୟୁନିକ୍ ଆଇଡି ଆପଣଙ୍କୁ ମିଳିବ ଓ ଏହାର ଅପଡେଟ୍ ଆପଣ ମୋବାଇଲରେ ପାଇପାରିବେ ।

Get real time updates directly on you device, subscribe now.