fbpx

୧୫ରୁ ୨୦ ବର୍ଷର ପୁରୁଣା ଗାଡ଼ି ଚଳାଇଲେ ଲାଗିବ ଗ୍ରୀନ ଟ୍ୟାକ୍ସ, ନିୟମ ସଂଶୋଧନ କଲେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ: ପୁରୁଣା ଗାଡ଼ି ଚଳାଉଥିଲେ ହୋଇଯାଆନ୍ତୁ ସାବଧାନ । ଏଥିପାଇଁ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ । ୧୫ହଭ ୨୦ ବର୍ଷର ପୁରୁଣା ଗାଡ଼ି ଚଳାଉଥିଲେ ଆପଣଙ୍କୁ ଏଥିପାଇଁ ଗ୍ରିନ ଟ୍ୟାକ୍ସ ଦେବାକୁ ପଡ଼ିବ । ନୂଆ ଟ୍ୟାକ୍ସ ମୁତୁବାକ, ୧୫ ବର୍ଷରୁ ଅଧିକ ପୁରୁଣା ବାଇକ ପାଇଁ ୨ ହଜାର ଟଙ୍କାର ଗ୍ରୀନ୍ ଟ୍ୟାକ୍ସ ଓ ୨୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ୫ ଟଙ୍କା ଦେବାକୁ ପଡ଼ିବ । ସେହିପରି ଅନ୍ୟ ୧୫ ବର୍ଷରୁ ପୁରୁଣା ଗାଡ଼ି ପାଇଁ ୫ ହଜାର ଓ ୨୦ ବର୍ଷର ପୁରୁଣା ଗାଡ଼ି ପାଇ” ୧୦ ହଜାର ଟଙ୍କାର ଗ୍ରୀନ୍ ଟ୍ୟାକ୍ନ ଆଦାୟ କରାଯିବ ।

ଅଧିକ ରାଜସ୍ୱ ଆଦାୟ ଲକ୍ଷ୍ୟରେ ଆନ୍ଧ୍ରପ୍ରଦେଶ ବିଧାନସଭାରେ ମୋଟର ବାହନ ସଂଶୋଧନ ବିଧେୟକକୁ ମଞ୍ଜୁରୀ ଦିଆଯାଇଛି । ନୂଆ ନିୟମ ଲାଗୁ ହେବା ଫଳରେ ସରକାରଙ୍କୁ ବାର୍ଷିକ ୪୦୦ କୋଟିର ଅତିରିକ୍ତ ରାଜସ୍ୱ ମିଳିବ । ନୂଆ ନିୟମରେ ପୁରୁଣା ବାହନ ପାଇଁ ଗ୍ରୀନ୍ ଟ୍ୟାକ୍ସକୁ ବହୁଗୁଣା ବୃଦ୍ଧି କରାଯାଇଛି । ଗତ ୨୦୦୬ ମସିହାରେ ରାଜ୍ୟରେ ବାହନ ପାଇଁ ଗ୍ରୀନ ଟ୍ୟାକ୍ସ ନେଇ ସଂଶୋଧନ କରାଯାଇଥିଲା । ଦକ୍ଷିଣ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକରୁ ସର୍ବାଧିକ ବାହନ ଟ୍ୟାକ୍ସ ଆଦାୟ ହୋଇଥାଏ । ତେବେ ନୂଆ ନିୟମ ଲାଗୁ ହେବା ପରେ ଏବେ ଆନ୍ଧ୍ରପ୍ରଦେଶ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି । ତେବେ ବାହନ ପାଇଁ ପ୍ରଯୁଜ୍ୟ ଟିକସ ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଥିବା ନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପୁରୁଣା ଗାଡ଼ିକୁ କବାଡ଼କୁ ଦେବା ଓ ନୂଆ ଗାଡ଼ି କିଣିବା ପାଇଁ ଟ୍ୟାକ୍ସ ଛାଡ଼ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ପୁରୁଣା ଗାଡ଼ିକୁ କବାଡ଼କୁ ଦେବା ପରେ ଉକ୍ତ ସାର୍ଟିଫିକେଟ ମାଧ୍ୟମରେ ନୂଆ ଗାଡ଼ି କିଣିଲେ ସରକାର ୨୫ ପ୍ରତିଶତ ଟ୍ୟାକ୍ସ ଛାଡ଼ କରିବେ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କରିଥିଲେ । ଏହି ଗାଡ଼ିଗୁଡ଼ିକର ସ୍କ୍ରାପ ପାଇଁ ସମଗ୍ର ଦେଶର ପ୍ରତ୍ୟେକ ଅଞ୍ଚଳରେ ସରକାର ସ୍କ୍ରାପ ସେଣ୍ଟର ଖୋଲିବେ । ପ୍ରତ୍ୟେକ ଜିଲ୍ଲାରେ ୩-୪ଟି ସ୍କ୍ରାପ ଖୋଲିବାକୁ ସରକାର ଯୋଜନା କରୁଥିବା କୁହାଯାଇଥିଲା ।

Get real time updates directly on you device, subscribe now.