fbpx

IAS ପରୀକ୍ଷା ପାସ୍ କରି ନଥିଲେ ବି ଆପଣ ପାଇପାରିବେ ବଡ଼ ପଦରେ ନିଯୁକ୍ତି, UPSC ପକ୍ଷରୁ ୩୧ ଜଣଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଏଣିକି ଆପଣ ଆଇଏଏସ ପରୀକ୍ଷା ପାସ୍ କରିନଥିଲେ ବି ବଡ଼ ବଡ଼ ପଦରେ ନିଯୁକ୍ତି ପାଇପାରିବେ । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅନୁରୋଧ କ୍ରମେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ୩୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ଏହି ବ୍ୟକ୍ତିମାନେ ଯୁଗ୍ମ ସଚିବ, ନିର୍ଦ୍ଦେଶକ ଓ ଉପସଚିବ ଆଦି ପଦରେ ଅବସ୍ଥାପିତ ହୋଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ୨୦୨୦ ମସିହା ଡିସେମ୍ବର ୧୪ ତାରିଖରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଭର୍ତ୍ତି ନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ୟୁପିଏସସିକୁ ଅନୁରୋଧ କରାଯାଇଥିଲା । ଏହି ତିନି ପଦରେ ଭର୍ତ୍ତି ପାଇଁ ଗତ ଫେବୃଆରୀ ୬ରୁ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଅନଲାଇନ ଆବେଦନ ପ୍ରକ୍ରିୟା ଜାରି ରହିଥିଲା । ତେବେ ଯୁଗ୍ମ ସଚିବ ପାଇଁ ୨୯୫ ଜଣ, ନିର୍ଦ୍ଦେଶକ ପାଇଁ ୧୨୪୭ ଓ ଉପସଚିବ ପାଇଁ ୪୮୯ ଜଣ ପ୍ରାର୍ଥୀ ଆବେଦନ କରିଥିଲେ । ଏହାପରେ ୟୁପିଏସସି ପକ୍ଷରୁ ସମସ୍ତ ପ୍ରାର୍ଥୀଙ୍କ ଆବେଦନ ପତ୍ର ଯାଞ୍ଚ ପରେ ମୋଟ ୨୩୧ ଜଣଙ୍କୁ ଭିନ୍ନ ଭିନ୍ନ ପଦ ପାଇଁ ସାକ୍ଷାତକାରକୁ ଡକାଯାଇଥିଲା । ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୮ ମଧ୍ୟରେ ଚାଲିଥିବା ସାକ୍ଷାତକାର ମାଧ୍ୟମରେ ମୋଟ ୩୧ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ସିଲେକ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣ ଯୁଗ୍ମ ସଚିବ, ୧୯ ଜଣ ନିର୍ଦ୍ଦେଶକ ଓ ୯ ଜଣ ଉପସଚିବ ପଦ ପାଇଁ ଯୋଗ୍ୟ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.