fbpx

ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରୁ ଯୁବକଙ୍କୁ ଅପହରଣ ଘଟଣା, ଖୁବ୍‌ଶୀଘ୍ର ଗିରଫ ହେବେ ଦୁର୍ବୃତ୍ତ : ଡିସିି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗୁରୁବାର ସଂନ୍ଧ୍ୟାରେ ରାଜଧାନୀ ରାଜରାସ୍ତାରୁ ଜଣେ ଯୁବକଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ ଅପହରଣ କରିନେବା ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମ ଷ୍ଟାଇଲରେ କିଛି ଦୁର୍ବୁତ୍ତ ଉକ୍ତ ଯୁବକକୁ ଅପହରଣ କରି ନେଇଛନ୍ତି । ଏଭଳି ଘଟଣା ଡେଲଟା ଛକ ନିକଟରେ ଦେଖିବାକୁ ମିଳିଛି ।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ସନ୍ଧ୍ୟା ୫ଟା. ୩୦ ସମୟରେ ଦୁଇ ଜଣ ବ୍ୟକ୍ତି ଜଣେ ଯୁବକକୁ ବାଇକ ଧରି ଡେଲଟା ଛକ ନିକଟରେ ଥିବା ଏକ ନୀଳ ରଙ୍ଗର କାର ପାଖକୁ ନେଇଥିଲେ । ଗାଡ଼ି ନମ୍ବର ଓଡି ୦୨ ବିଇ ୭୬୫୬ ଉକ୍ତ କାରରେ ଥିବା ଜଣେ ବ୍ୟକ୍ତି ଯୁବକ ଜଣକୁ ଜବରଦସ୍ତ ଗାଡ଼ିରେ ଭର୍ତ୍ତି କରି ଅପହରଣ କରି
ନେଇଥିଲେ । ସ୍ଥାନୀୟ କିଛି ଲୋକେ ଯୁବକଙ୍କୁ ରକ୍ଷା କରିବାକୁ ପ୍ରୟାସ କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଘଟଣା ସ୍ଥଳରେ ଅପହରଣ ହୋଇଥିବା ଯୁବକର ଗୋଟିଏଜୋତା ମଧ୍ୟ ପଡିରହିଛି । ଘଟଣା ସ୍ଥଳରେପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣାରେ ଡିସିିପି ଡକ୍ଟର ଉମାଶଙ୍କର ଦାସ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଘଟଣାର ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇଛି।ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ପୋଲିସ ଚଢାଉ କାର୍ଯ୍ୟ ଜାରି ରଖିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ଜଣେ ମହିଳା ବିରୋଧ କରିଥିବାବେଳେ ସ୍ଥାନୀୟ ଲୋକଙ୍କ ସମ୍ମୁଖରେ ଯୁବକକୁ ଅପହରଣ କରାଯାଉଥିବା ଦୃଶ୍ୟକୁ ଦେଖୁଥିଲେ ମଧ୍ୟ ଏହାକୁ ବିରୋଧ ନ କରିବା ଏବଂ ଯୁବକକୁ ଉଦ୍ଧାର କରାନଯିବା ଅତ୍ୟନ୍ତ ନିନ୍ଦାଜନକ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.