fbpx

ସୋନୁ ସୁଦଙ୍କ ପାଇଁ ନୂଆ ଜୀବନ ପାଇଲେ ଯୁବକ

କର୍ନାଲ, ୭ା୧୨: ଦୀର୍ଘ ୧୨ ବର୍ଷ ଧରି ଶଯ୍ୟାଶାୟୀ ଅବସ୍ଥାରେ ଜୀବନ ସହ ସଂଗ୍ରାମ କରି ଆସୁଥିବା ଯୁବକ ଅମନ ସୋନୁ ସୁଦଙ୍କ ପାଇଁ ଏକ ନୂଆ ଜୀବନ ଫେରି ପାଇବେ । ଛତିଶଗଡ଼ର ଅମନ ନାମକ ଜଣେ ଗରିବ ଯୁବକର ମେରୁଦଣ୍ଡ ହାଡ଼ରେ ଗମ୍ଭୀର ସମସ୍ୟା ଥିବାରୁ ସେ କର୍ନାଲରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅମନଙ୍କ ବାପା ଭଡ଼ାରେ ରିକ୍ସା ଚଳାଇବା ସହ ଏକ ଭଡ଼ା ଘରେ ରହୁଥିଲେ । ପୁଅର ଚିକିତ୍ସା ପାଇଁ ଆବଶ୍ୟକ ସମ୍ବଳର ଅଭାବ ଥିଲା । ଫଳରେ ଅମନ ୧୨ ବର୍ଷ ଧରି ଶଯ୍ୟାଶାୟୀ ଅବସ୍ଥାରେ ପଡ଼ିରହିଥିଲେ । ସୋନୁ ସୁଦ ଏକଥା ଜାଣିବା ପରେ ଅମନଙ୍କ ଅପରେସନ ପାଇଁ ସହାୟତା କରିଥିଲେ । ଏହି ଅପରେସନ ବହୁତ ସମୟ ପର୍ଯ୍ୟନ୍ତ ଚାଲୁ ରହିଥିଲା । ଖୁବଶୀଘ୍ର ଅମନ ନିଜ ଗୋଡ଼ରେ ଠିଆ ହେବା ସହ ନୂଆ ଜୀବନକୁ ଉପଭୋଗ କରିପାରିବେ । ଏନେଇ ଅମନଙ୍କ ବାପା ସୋନୁ ସୁଦ ଓ ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି ।

Get real time updates directly on you device, subscribe now.