fbpx

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଜମି ବିବାଦକୁ ନେଇ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଛି । ଭୁବନେଶ୍ୱର ରସୁଲଗଡ଼ ଛକ ଠାରେ ଜଣେ ଯୁବକଙ୍କୁ ଏହି ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ଯୁବକଙ୍କୁ ମଝି ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଦୁବୃର୍ତ୍ତ ଖଣ୍ଡାରେ ଯୁବକଙ୍କ ହାଣି ଫେରାର ହୋଇଛି । ଗୁରୁତର ହୋଇଥିବା ଯୁବକ ଜଣଙ୍କ ବିମ୍ବାଧର ଜେନା ବୋଲି ଜଣା ପଡ଼ିଛି । ବିମ୍ବାଧରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ବିମ୍ବାଧର ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ରସୁଲଗଡ଼ ଛକରେ ଏକ ହୋଟେଲ ଅଛି । ତେବେ ଜମି ବିଦାଦକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣା ପଡ଼ିଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.