fbpx

ରାଜଭବନ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ପଥର ମାଡ କଲେ ଯୁବତୀ, ପୋଲିସକୁ ଚକ୍କମା ଦେଇ ଛୁ’

ଭୁବନେଶ୍ୱର,୧୭ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ରାଜଭବନ ଛକରେ ଆଜି ଜଣେ ଯୁବତୀଙ୍କ ଛଉନ୍ମତକାଣ୍ଡ ଦେଖିବାକୁ ମିଳିଛି । ଯୁବତୀ ଜଣକ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ପଥର ମାଡ କରିଛନ୍ତି । ଏହି ପଥର ମାଡରେ ଯୁବକ ଜଣକ ଲହୁଲୁହାଣ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । କିନ୍ତୁ ପୋଲିସକୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଯୁବତୀ । ତେବେ ଯୁବତୀ ଜଣକ ଯୁବକଙ୍କୁ କାହିଁକି ପଥର ମାଡ କରିଥିଲେ , ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.