ଟ୍ରେନ୍ ଆଗକୁ ଡେଇଁଲେ ଯୁବତୀ: ଏହା ପଛରେ ରହିଛି କି ପ୍ରେମ ପ୍ରତାରଣା?

ହାୱାଡ଼ାରୁ ପୁରୀ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସ୍ ବାଲେଶ୍ୱର ଷ୍ଟେସନ୍ ଅଭିମୁଖେ ଯାଉଥିଲେ। ଠିକ୍ ସେତିିକି ବେଳେ ଷ୍ଟେସନ୍ ପୂର୍ବରୁ ରେଳ ଧାରଣା କଡ଼ରେ ବୁଲୁଥିବା ଯୁବତୀ ଜଣକ ହଠାତ୍ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲା

ବାଲେଶ୍ୱର: ଶତାବ୍ଦୀ ଏକ୍ସପ୍ରେସ ଆଗକୁ ଡେଇଁଲେ ଯୁବତୀ। ଯେଉଁଥିପାଇଁ ତାଙ୍କର ଦୁଇ ଗୋଡ଼ କଟି ଯାଇଛି। ଏପରି ଘଟଣା ବାଲେଶ୍ୱର ରେଳ ଷ୍ଟେସନ୍‌ରେ ଘଟିଛି। ହେଲେ ଯୁବତୀ ଜଣକ କଣ ପାଇଁ ଟ୍ରେନ୍ ଆଗକୁ ଡେଇଁଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଜିଆରପି ଘଟଣାର ତଦନ୍ତ ଚଳାଇଛି।

ହାୱାଡ଼ାରୁ ପୁରୀ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସ୍ ବାଲେଶ୍ୱର ଷ୍ଟେସନ୍ ଅଭିମୁଖେ ଯାଉଥିଲେ। ଠିକ୍ ସେତିିକି ବେଳେ ଷ୍ଟେସନ୍ ପୂର୍ବରୁ ରେଳ ଧାରଣା କଡ଼ରେ ବୁଲୁଥିବା ଯୁବତୀ ଜଣକ ହଠାତ୍ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲା। ଯାହାଫଳରେ ଟ୍ରେନ୍‌ଟି ଯୁବତୀଙ୍କ ଦୁଇ ଗୋଡ଼ ଉପରେ ଚଢ଼ି ଯାଇଥିଲା। ତାଙ୍କ ଜୀବନ ବଞ୍ଚି ଯାଇଥିଲେ ସୁଦ୍ଧା ଦୁଇ ଗୋଡ଼ କଟି ଯାଇଛି।

ଷ୍ଟେସନ୍‌ରେ ଥିବା ଲୋକମାନେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସରେ ତାଙ୍କୁ ନେଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ହେଲେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ପରିଚୟ ମିଳିପାରିନି। ସେ କେଉଁ କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ତାହା ଜଣାପଡ଼ି ନାହିଁ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯୁବତୀ ଜଣକ ସ୍କୁଟିରେ ଷ୍ଟେସନ୍ ଆସିଥିଲେ। ଷ୍ଟେସନ୍‌ରେ ସ୍କୁଟି ରଖି ଟ୍ରାକ୍ ପାଖରେ ଚକ୍କର କାଟୁଥିଲେ। ଟ୍ରେନ୍ ଆସୁଥିବା ଦେଖି ଡେଇଁ ପଡ଼ିଥିଲେ। ସୌଭାଗ୍ୟକୁ ତାଙ୍କ ଜୀବନ ବଞ୍ଚି ଯାଇଥିଲେ ସୁଦ୍ଧା ଗୋଡ଼ ଦୁଇଟି କଟି ଯାଇଛି। ଯୁବତୀଙ୍କ ପାଖରୁ ୩ଟି ମୋବାଇଲ ମିଳିଛି। ଜିଆରପି ଘଟଣାର ତଦନ୍ତ ଚଳାଇଛି।