fbpx

ମିଷ୍ଟର୍ ଡୋଲୁଙ୍କ ନିଧନ ପରେ ତାଙ୍କ ଚ୍ୟାନେଲ ମାଧ୍ୟମରେ ଲୋକଙ୍କୁ ହସାଇବେ ସାନଭାଇ

ଓଡ଼ିଶା ଭାସ୍କର ବ୍ୟୁରୋ: ସମ୍ବଲପୁରୀ କମେଡିଆନ୍ ତଥା ପଶ୍ଚିମ ଓଡ଼ିଶାର ମିଷ୍ଟର୍ ଡୋଲୁ ଅର୍ଥାତ୍ ଡୋଲାମଣି ଦାଶ ଲକ୍ଷ ଲକ୍ଷ ଲୋକଙ୍କ ମନ ଜିଣିଛନ୍ତି । ୟୁ-ଟ୍ୟୁବ୍ ରେ ଏକ ଚ୍ୟାନେଲ୍ ମାଧ୍ୟମରେ ସେ ଲୋକଙ୍କୁ ବେଶ୍ କମେଡି କରି ହସାଇ ହସାଇ ବେଦମ୍ କରୁଥିଲେ । କିନ୍ତୁ ତାଙ୍କ ନିଧନ ପରେ ଆଉ ତାଙ୍କର ସେହି ସମ୍ବଲପୁରୀ ଭାଷାରେ ମଜାଦାର୍ କମେଡି ଭିଡିଓ ଦେଖିବାକୁ ମିଳୁନି । ମିଷ୍ଟର୍ ଡୋଲୁଙ୍କର ୟୁ-ଟ୍ୟୁବ୍ ରେ ୪ ଲକ୍ଷ ୫୫ହଜାରରୁ ଅଧିକ ସବସ୍କ୍ରାଇବର୍ ଥିବା ବେଳେ ତାଙ୍କ ଭିଡିଓ ସବୁ ଲୋକଙ୍କୁ ବେଶ୍ ମନୋରଞ୍ଜନ କରୁଥିଲା । ହେଲେ ତାଙ୍କର ଦେହାନ୍ତ ପରେ ଆଉ ସେହି କମେଡି ଦେଖିବାକୁ ମିଳୁନି ।

ମିଷ୍ଟର୍ ଡୋଲୁଙ୍କର ମେ ମାସରେ ବିଦ୍ୟୁତ୍ ଆଘାତ ଲାଗିବା କାରଣରୁ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ପ୍ରଶଂସକଙ୍କ ମଧ୍ରରେ ଶୋକର ଛାୟା ଖେଳିଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ୟୁ-ଟ୍ୟୁବ୍ ଚ୍ୟାନେଲ୍ କୁ ତାଙ୍କ ସାନ ଭାଇ ଚଲାଇବେ ବୋଲି ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି । ଡୋଲୁଙ୍କ ଉଦ୍ଦେଶ୍ରରେ ଏକ ଭିଡିଓ କରି ସେ ଏନେଇ ସୂଚନା ଦେଇଛନ୍ତି । ଆଗକୁ ତାଙ୍କ ସାନଭାଇ ସେହି ଚ୍ୟାନେଲ୍ ମାଧ୍ୟମରେ କମେଡି ଭିଡିଓ ସବୁ କରିବେ । ତେଣୁ ସେ ୟୁଟ୍ୟୁବ୍ ରେ ଏକ ଭିଡିଓ କରି ଏ ବିଷୟରେ କହିଛନ୍ତି । ଏଥିସହିତ ତାଙ୍କୁ ସପୋର୍ଟ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ଡୋଲୁଙ୍କ ସହ ମିଶି ଭିଡିଓରେ ନଜର ଆସୁଥିବା ତାଙ୍କ ବନ୍ଧୁ ମିଷ୍ଟର୍ ଚାନ୍ଦ ମଧ୍ୟ ନିଜ ନାମରେ ଏକ ଚ୍ୟାନେଲ୍ ରେ ଖୋଲିଛନ୍ତି । ଆଉ ସେ ସେହି ଚ୍ୟାନେଲ୍ ମାଧ୍ୟମରେ ଏବେ ଠାରୁ କମେଡି ଭିଡିଓ କରି ଅପଲୋଡ୍ କରିବେ । ତେଣୁ ସେ ଡୋଲୁଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ଦେଉଥିବା ଭିଡିଓ ଅପଲୋଡ୍ କରିଛନ୍ତି । ଉକ୍ତ ଭିଡିଓରେ ମିଷ୍ଟର୍ ଡୋଲୁଙ୍କର ଜନ୍ମଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ କିପରି ତାଙ୍କର ଫେମସ୍ ୟୁ-ଟ୍ୟୁବର୍ ହେବାର ଯାତ୍ରା ରହିଥିଲା ସେ ସମ୍ପର୍କରେ କହୁଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.