(breaking) ପୁଣି ଲଜ୍ଜ୍ୟା… ସାନ ଭଉଣୀ ପରେ ବଡ଼ ଭଉଣୀକୁ ଦୁଷ୍କର୍ମ! କଲେଜରୁ ଫେରୁଥିବା ବେଳେ ଟେକିନେଇ…
ନିଜ ପାପ ଆଶା ପୁରା କରିବାକୁ ୨ ଭଉଣୀକୁ ଶିକାର କଲା ମଣିଷ ରୂପୀ ରାକ୍ଷସ।
ସମ୍ୱଲପୁର: ପୁଣି ଲଜ୍ଜ୍ୟା। ସାନ ଭଉଣୀକୁ ଦୁଷ୍କର୍ମ ପରେ ବଡ଼ ଭଉଣୀକୁ ଦୁଷ୍କର୍ମ ଉଦ୍ୟମ। କଲେଜରୁ ଫେରୁଥିବା ବେଳେ ଟେକିନେଇ ଦୁଷ୍କର୍ମ କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଘଟଣାଟି କୌଣସି ବାହାର ରାଜ୍ୟରେ ନୁହେଁ ବରଂ ଆମ ଓଡ଼ିଶାର ସମ୍ୱଲପୁର ରେଢ଼ାଖୋଲ ଅଞ୍ଚଳରେ ଘଟିଛି। ଯାହାକିି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ମୁଖ୍ୟ ଅଭିଯୁକ୍ତ ସହ ଜଣେ ନାବାଳକକୁ ଗିରଫ କରିଛି ପୋଲିସ। ପ୍ରାଥମିକ ତଦନ୍ତରୁ ଯାହା ସୂଚନା ଆସିଛି କି ପ୍ରଥମେ ସାନ ଭଉଣୀକୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତର କାମୁକ ଲାଳସା ଆହୁରି ବଢି ଯାଇଥିଲା।
ଆଉ ସାନ ଭଉଣୀ ପରେ ବଡ଼ ଭଉଣୀକୁ ଶିକାର କରିବାକୁ ଯୋଜନା କରିଥିଲା। ଆଉ ସୁଯୋଗ ପାଇ ସନ୍ଧ୍ୟାରେ କଲେଜରୁ ଘରକୁ ଫେରୁଥିବା ବେଳେ ବଡ଼ ଭଉଣୀକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ହେଲେ ଘଟଣା ସମ୍ପର୍କରେ ଏଯାଏଁ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
