fbpx

ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ; ଅଳ୍ପକେ ବର୍ତ୍ତିଲା ଜୀବନ

ରାଉଲକେଲା: ଦେଶ ତଥା ରାଜ୍ୟରେ ଦିନକୁ ଦିନ ହତ୍ୟା ଏବଂ ଆତ୍ମହତ୍ୟା ପରି ଘଟଣା ବଢିବାର ଲାଗିଛି । ଖାସ କରି ଆଜିକାଲିର ଯୁବପିଢିମାନେ ଏହାକୁ ଏକ ଟ୍ରଣ୍ଡ ଭାବରେ ଆପଣାଇ ନେଇଛନ୍ତି । କିଏ ପ୍ରେମ ସମ୍ପର୍କକୁ ନେଇ ଏହିଭଳି ଏକ ଚରମ ନିଷ୍ପତ୍ତି ନେଉଛି ତ ଆଉ କିଏ ପାଠ ପଢା କିମ୍ବା ପାରିବାରିକ କଳହକୁ ନେଇ ଏପରି ପଦକ୍ଷେପ ଗ୍ରହଣ କରୁଛି । ତେବେ ନିକଟରେ ହତ୍ୟା , ଆତ୍ମହତ୍ୟା ପରି ଘଟଣା ଅନେକ ଥର ଘଟିଥିବାବେଳେ ବର୍ତ୍ତମାନ ସେହିଭଳି ପୁଣି ଏକ ମାମଲା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜରୁ ଜଣେ ଯୁବକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡିଛି । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଏଥିସହିତ ଯୁବକ ଜଣଙ୍କୁ ଉଦିତନଗର ଥାନା ଓରାମପଡାର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପାରିବାରିକ କାରଣରୁ ଯୁବକ ଜଣକ ଏପରି କାଣ୍ଡ କରିଥିବା ଜଣାପଡିଛି । ଏହି ଘଟଣା ସମ୍ପର୍କରେ ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.