fbpx

୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡ କାଟୁଥିବା ୟୁସୁଫ ମେମନ ମୃତ

ନୂଆଦିଲ୍ଲୀ,୨୬ ।୬: ୧୯୯୩ରେ ମୁମ୍ବାଇରେ ହୋଇଥିବା ବୋମା ବିସ୍ଫୋରଣର ଅଭିଯୁକ୍ତ ତଥା ଅଣ୍ଡରୱାଲ୍ଡ ଗ୍ୟାଙ୍ଗଷ୍ଟାର ଟାଇଗର ମେମନର ଭାଇ ୟୁସୁଫ ମେମନର ଆଜି ନାସିକ ଜେଲରେ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ତେବେ ୟୁସୁଫ ମେମନ ଉପରେ ମୁମ୍ବାଇ ସିରିଏଲ ବ୍ଲାଷ୍ଟର ଯୋଜନାରେ ସାମିଲ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ସେ ନାସିକ ଜେଲରେ ଆଜୀବନ କାରାଦଣ୍ଡ ଭୋଗ କରୁଥିଲା ।

 

କୁହାଯାଉଛି ଯେ, ୟୁସୁଫର ମୃତ୍ୟୁ ହାର୍ଟଆଟାକରୁ ହୋଇଛି । ଏନେଇ ଯାଞ୍ଚ ଚାଲିଥିବା ବେଳେ ତାର ଶବକୁ ପୋଷ୍ଟମୋର୍ଟମ ପାଇଁ ପଠାଯାଇଛି । ତେବେ
ମୁମ୍ବାଇ ସିରିୟୋଲ ବ୍ଲାଷ୍ଟରେ ୨୫୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ଦେଢ ହଜାର ଲୋକେ ଆହତ ହୋଇଥିଲେ। ଏହି ସବୁ ବିସ୍ଫୋରଣ ପଛରେ ଦାଉଦ୍‌ ଇବ୍ରାହୀମ, ଟାଇଗର ମେମନ୍‌ ଓ ସେମାନଙ୍କ ଗ୍ୟାଙ୍ଗର ଲୋକଙ୍କ ହାତ ଥିଲା। ବିସ୍ଫୋରଣ ପରେ ପରେ ଦାଉଦ୍ ଓ ଟାଇଗର ଦେଶ ଛାଡି ପଳାଇଥିଲେ।

Get real time updates directly on you device, subscribe now.