fbpx

୯ରୁ ୧୮ ବର୍ଷ ବୟସ୍କଙ୍କୁ ସଂକ୍ରମଣ ଭୟ ଅଧିକ : ଡିଏମଇଟି

ଭୁବନେଶ୍ୱର (ଭସ୍କର ନ୍ୟୁଜ୍‌): ଜୁଲାଇ ୨୧ ତାରିଖର ପିଆଇବି ବୁଲେଟିନ ଅନୁସାରେ ଦେଶର ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି । ୯ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଅଧିକ ଭୟ ରହୁଛି । ଅନେକ ଆକ୍ରାନ୍ତ ଶିଶୁ ଲକ୍ଷଣ ବିହୀନ, ତେବେ ସିଭିଅରିଟି ଓ ମୃତ୍ୟୁ ହାର କମ୍‌ ରହୁଛି । ସଂକ୍ରମଣ ଉପରମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣାପଡ଼ିବ । ଏବେ ସେମିତି ଅବସ୍ଥା ନାହିଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।

ସେ କହିଛନ୍ତି,୧୮ ବର୍ଷରୁ ଅଧିକ ଲୋକ ପ୍ରାୟତଃ ସମସ୍ତେ ଟିକା ନେଇ ସାରିଲେଣି । ତେଣୁ ଏବେ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି । ଏଥିଲାଗି ଶିଶୁଙ୍କୁ ସୁରକ୍ଷିତ ପରିସରରେ ରଖିବାକୁ ପଡ଼ିବ । ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାନିଟାଇଜ ରହିବା ଆବଶ୍ୟକ । ଆଗକୁ ୧୮ ବର୍ଷରୁ କମ୍‌ ବର୍ଷ ବୟସର ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.