fbpx

ଖାଦ୍ୟ ଡେଲିଭରି କରି ନପାରି ଜମାଟୋକୁ ଲାଗିଲା ଝଟକା.. କେସ ଜିତି ଏତିକି ଟଙ୍କା ପାଇବେ ଛାତ୍ର

ନୂଆଦିଲ୍ଳୀ: ଆପଣ ନିଶ୍ଚିତ ଭାବରେ କୌଣସି ସମୟରେ “ଜୋମାଟୋ’ରୁ ଖାଦ୍ୟ ଅର୍ଡର କରିଥିବେ । କିନ୍ତୁ ବେଳେବେଳେ ଗ୍ରାହକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ । ଯେପରି ଅର୍ଡର ଠିକ୍ ସମୟରେ ଆସିନଥାଏ । ସେହିପରି ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ହଠାତ୍ ଅର୍ଡର କ୍ୟାନ୍ସଲ ହୋଇ ଯାଇଥାଏ । ଯେତେବେଳେ ଗ୍ରାହକମାନେ ଅଭିଯୋଗ କରନ୍ତି, ସେତେବେଳେ ସେମାନଙ୍କୁ ଅର୍ଡର କରିଥିବା ଟଙ୍କା ଫେରସ୍ତ କରାଯାଏ ବା କ୍ୟାସବ୍ୟାକ୍ କୁପନ୍ ଦିଆଯାଏ । କିନ୍ତୁ କେରଳରୁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ୩୬୨ ଟଙ୍କା ମୂଲ୍ୟର ଅର୍ଡର ଡେଲିଭରି ନକରିବା କାରଣରୁ କମ୍ପାନୀ ଗ୍ରାହକଙ୍କୁ ୮,୩୬୨ ଟଙ୍କା କ୍ଷତିପୂରଣ ଦେବାକୁ ପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ କମ୍ପାନୀ ୩୬୨ ଟଙ୍କା ମୂଲ୍ୟର ଖାଦ୍ୟ ଡେଲିଭରି କରିବାରେ ବିଫଳ ହୋଇଥିଲା ସେତେବେଳେ ଜଣେ ଆଇନ ଛାତ୍ର ଜୋମାଟୋ ଉପରେ କେସ କରିଥିଲେ। ଛାତ୍ର ଜଣକ କହିଛନ୍ତି ଯେ ଜୋମାଟୋ ରିଫଣ୍ଡ ଟଙ୍କା ଫେରସ୍ତ କରିନାହିଁ। ଅରୁଣ ଜି କୃଷ୍ଣ ନାମକ ଏହି ଛାତ୍ର “ଆଇନ ଅଧ୍ୟାପକ’ରେ ଅନ୍ତିମ ବର୍ଷର ଛାତ୍ର ଥିବା ଜଣା ପଡ଼ିଛି । ଯିଏ ଜୋମାଟୋ ବିରୋଧରେ ଏକ ଅଭିଯୋଗ କରିଥିଲେ। କୋଲ୍ଲମ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ କମିଶନ କହିଛନ୍ତି ଯେ ଅଭିଯୋଗକାରୀ ସୁଧ ସହିତ ୩୬୨ ଟଙ୍କା ଫେରସ୍ତ ପାଇବାର ଅଧିକାରୀ । । ସୂଚନା ଅନୁସାରେ କୃଷ୍ଣଙ୍କୁ ତାଙ୍କ ମାନସିକ ଯନ୍ତ୍ରଣା ପାଇଁ ୫୦୦୦ ଟଙ୍କା ଏବଂ ଅଭିଯୋଗ ପଛରେ ଖର୍ଚ୍ଚ ହୋଇଥିବା ମୂଲ୍ୟ ୩୦୦୦ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ ।

ଅନ୍ୟପଟେ ଜୋମାଟୋ ତରଫରୁ କୁହାଯାଇଥିଲା ଯେ କୃଷ୍ଣ ତାଙ୍କ ଖାଦ୍ୟ ଅର୍ଡର ନେବାକୁ ଉପଲବ୍ଧ ନଥିଲେ। ସେହିପରି ଡେଲିଭରି ବଏ ଦାବି କରିଛି ଯେ କୃଷ୍ଣଙ୍କ ଠିକଣାରେ କିଛି ସମସ୍ୟା ରହିଥିଲା । ଯେଉଁଥି ପାଇଁ ଜୋମାଟୋ ଆପରେ ତାଙ୍କ ଠିକଣା ସଂଶୋଧନ କରିବାକୁ କମ୍ପାନୀ ତାଙ୍କୁ କହିଥିଲା। କୃଷ୍ଣ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ରେଷ୍ଟୁରାଣ୍ଟର ମାଲିକଙ୍କ ସହ କଥା ହୋଇଥିଲ । ବ୍ୟସ୍ତବହୁଳ ସମୟରେ କିମ୍ବା ବର୍ଷା ସମୟରେ ଏଭଳି ସମସ୍ୟା ହୋଇଥାଏ ବୋଲି ଜୋମାଟୋ ପ୍ରକାଶ କରିଥିଲା ।

ତେଣୁ କୃଷ୍ଣ ରିଫଣ୍ଡ ଆମାଉଣ୍ଟ ଏବଂ ୧.୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହିତ ୧୦,୦୦୦ ଟଙ୍କା କୋର୍ଟ ପ୍ରକ୍ରିୟା ଖର୍ଚ୍ଚ ମାଗିଥିଲେ। ତାଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିବା ପରେ କୋଲ୍ଲମ ଜିଲ୍ଲା କୋର୍ଟ ଜୋମାଟୋକୁ ମୋଟ ୮,୩୬୨ ଟଙ୍କା କୃଷ୍ଣଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.