ଗୁଣ ଚିହ୍ନେ ଗୁଣିଆ; ଜୁବିନ୍ ଭାଲୁଚା ଚିହ୍ନିଥିଲେ ପ୍ରତିଭା, ବିଶ୍ୱ ଦେଖିଲା…
ଜୁବିନ୍ ଭାଲୁଚା ଟ୍ରାଏଲ ପାଇଁ ବୈଭକଙ୍କୁ ଡାକିଥିଲେ। ସମୟ ଓ ଠିକଣା ସ୍ଥିର ହେଲା। ବ୍ୟାଟିଂ କରିବାକୁ ଆସିଥିଲେ ବୈଭକ। ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଜୁବିନ
ମୁମ୍ବାଇ: ହଠାତ୍ ଦିନେ ରାଜସ୍ତାନ ରୟାଲ ମାଲିକଙ୍କୁ ଫୋନ୍ କରିଥିଲେ ଜୁବିନ ଭାଲୁଚା। ଆଉ କହିଥିଲେ, ଅକ୍ସନ ପାଇଁ ଅଧିକ ୧୦ କୋଟି ଟଙ୍କା ରଖିଥିଲେ। ଜଣେ ଜନ୍ମଜାତ ପ୍ରତିଭାଙ୍କୁ ପାଇଛି। ନିଲାମରେ ତାଙ୍କୁ କିଣିବା। ବାସ୍, ଏହା ପରେ ବିଶ୍ୱର ସବୁଠାରୁ ବଡ଼ ଘରୋଇ ଲିଗ୍ ଆଇପିଏଲରେ ଚମିକିଥିଲେ ଜଣେ ୧୩ ବର୍ଷର ବାଳକ। ଯାହାକୁ ସମଗ୍ର ବିଶ୍ୱ ଦେଖିଥିଲା, ପ୍ରଶଂସା କରିଥିଲା। ସିଏ କିଏ?
ରାଜସ୍ତାନରେ ଚାଲିଥିଲା ସମର କ୍ୟାମ୍ପ। ଏଠାରେ କ୍ରିକେଟ୍ ଖେଳାଳିମାନେ ନିଜର କଳା କୌଶଳ ଦେଖାଉଥିଲେ। ସେଥିରେ ସାମିଲ ଥିଲେ ୧୩ ବର୍ଷ ବୟର ବୈଭାବ ସୂର୍ଯ୍ୟବଂଶୀ। ତାଙ୍କ ଉପରେ ନଜର ପକାଇଥିଲେ ସମର କାଦ୍ରି। ବିହାର ପାଇଁ କ୍ରିକେଟ ଖେଳିଥିବା ସମର କାଦ୍ରି ରାଜସ୍ତାନ ଲାୟାଲ୍ରେ ନେଟ୍ ବୋଲର ଭାବେ କାମ କରୁଥିଲେ। ସେ ଏ ସମ୍ପର୍କରେ ରାଜସ୍ତାନ ରୟାଲ ନିର୍ଦ୍ଦେଶକ ଜୁବିନ୍ ଭାଲୁଚାଙ୍କୁ କହିଥିଲେ।
ଜୁବିନ୍ ଭାଲୁଚା ଟ୍ରାଏଲ ପାଇଁ ବୈଭକଙ୍କୁ ଡାକିଥିଲେ। ସମୟ ଓ ଠିକଣା ସ୍ଥିର ହେଲା। ବ୍ୟାଟିଂ କରିବାକୁ ଆସିଥିଲେ ବୈଭକ। ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଜୁବିନ। ଛୋଟ ପିଲାଟିଏ କଣ ଖେଳିବ ବୋଲି ଭାବିଥିଲେ? ସିଏ ଯାହା ହେଉନା କହିଁକି, ବ୍ୟାଣ୍ଟିଂ ଟାଲେଣ୍ଟ ଜାଣିବା ପାଇଁ ଜଣେ ଲେପ୍ଟ ଆମ୍ସ ବୋଲରକୁ ବଲ୍ ପକାବାକୁ କହିଥିଲେ। ହେଲେ ସୂର୍ଯ୍ୟବଂଶୀ ବୋଲରଙ୍କୁ ଚକମା ଦେଇ ମାରିଥିଲେ ଛକା।
ଏତିକିରେ କିନ୍ତୁ ଜୁବିନ ସନ୍ତୁଷ୍ଟ ହୋଇନଥିଲେ। କିଛି ସମୟ ପରେ ସବୁଠାରୁ ଦୃତତମ ବୋଲରକୁ ବଲ ପକାଇବା ପାଇଁ ଡାକିଥିଲେ। ଆଉ କହିଥିଲେ, ୧୫୦ କିମି ସ୍ପଡ୍ରେ ବଲ୍ ପକାଇବ। ଅନ୍ୟପକ୍ଷରେ ବୈଭକଙ୍କୁ ସାବଧାନ କରାଇ ଦେଇଥିଲେ ଜୁବନ୍। କହିଥିଲେ, ଏଥର ଜଣେ ଦ୍ରୁତ ବୋଲର ବୋଲିଂ କରିବେ। ହେଲେ ବୈଭବ ଉତ୍ତର ଦେଇଥିଲେ, ନୋ ପ୍ରୋବ୍ଲେମ୍ ସାର..।
ବୈଭବ ପ୍ରଥମ ଦୁଇଟି ବେଲକୁ ଡିଫେନ୍ସ ଖେଳିଥିଲେ। ତା’ପରେ ମାରିଲେ ଷ୍ଟ୍ରେଟ୍ ଛକା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବୈଭବ ଛକା ମରିଥିବା ବଲ୍ର ସ୍ପିଡ଼ ଥିଲା ଘଣ୍ଟା ପ୍ରତି ୧୫୦ କିମିରୁୁ ଅଧିକ। ଯାହା ଜୁବିନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ବସ୍ ଏଇଠୁ ବଦଳିଥିଲା, ବୈଭବଙ୍କ ଭାଗ୍ୟ। କାଳବିଳମ୍ବ ନକରି ସଙ୍ଗେ ସଙ୍ଗେ ରାଜସ୍ତାନ ରୟାଲ୍ସ ମାଲିକଙ୍କୁ ଫୋନ୍ କରିଥିଲେ ଜୁବିନ। ଆଉ କହିଥିଲେ, ୧୦ କୋଟି ଟଙ୍କା ରଖିଥିବ। ଏଥର ଅକ୍ସନରେ ଜଣେ ଜନ୍ମଜାତ ପ୍ରତିଭାଙ୍କୁ ପାଇଛି।
ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ବୈଭଙ୍କ ଉପରେ ନଜର ପକାଇଥିଲା। ୨୦୨୫ ଆଇପିଏଲ୍ ନିଲାମରେ ପ୍ରଥମେ ଦିଲ୍ଲୀ ବୈଭବଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲା। ସେଥିପାଇଁ ୩୦ ଲକ୍ଷ ଟଙ୍କା ନିଲାମ ଡାକିଥିଲା। ଆଉ ଏହାରି ଭିତରେ ନିଲାମରେ ଭାଗ ନେଇଥିଲା ରାଜସ୍ତାନ ରୟାଲ। ଶେଷରେ ସମସ୍ତଙ୍କୁ ଚକ୍ମା ଦେଇ ରାଜସ୍ତାନ ରୟାଲ ମାତ୍ର କୋଟିଏ ୧୦ ଲକ୍ଷ ଟଙ୍କାରେ ବୈଭବଙ୍କୁ କିଣିଥିଲା।
ସେତେବେଳେ ବୈଭବଙ୍କ ବୟସ ଥିଲା ମାତ୍ର ୧୩ ବର୍ଷ। ଯେଉଁଥିପାଇଁ ଅନେକ ଖେଳ ବିଶେଷଜ୍ଞ ପ୍ରଶ୍ନ କରିଥିଲେ। କିନ୍ତୁ ବୈଭବ ନିଜର ବ୍ୟାଟିଂ ବଳରେ ସମସ୍ତ ଆଲୋଚନକଙ୍କ ମୁହଁ ବନ୍ଦ କରିଦେଇଥିଲେ। ମାରିଥିଲେ ଜୀବନର ପ୍ରଥମ ଶତକ। ତା’ପରେ ଆଉ ପଛକୁ ଫେରିନାହାନ୍ତି ବୈଭବ। ଚଳିତ ସିଜିନ୍ରେ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳି ପାଲଟି ଯାଇଛନ୍ତି।

