ସ୍କୁଲ ହଷ୍ଟେଲରେ ଲଜ୍ଜା, ୨ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ, ଦେହରେ ଦେଇଦେଲେ ସିଗାରେଟ୍ ଚେଙ୍କ

ହଷ୍ଟେଲର କର୍ମଚାରୀ ସାଜିଥିଲା ନର ରାକ୍ଷସ।

ଉତ୍ତରପ୍ରଦେଶ:  ନିଷ୍ଠୁରତାର ଶେଷ ସୀମା ପାର କଲା ହଷ୍ଟେଲ କର୍ମଚାରୀ।  ହଷ୍ଟେଲରେ କାମ କରୁ କରୁ ୨ ଜଣ ଦିବ୍ୟାଙ୍ଗ ଝିଅଙ୍କ ସହ କଲା ଅମାନବୀୟ କାଣ୍ଡ। ଯାହାକୁ ଶୁଣିଲେ ଆପଣଙ୍କ ଛାତି ଫାଟିଯିବ। ଅସହାୟ ଦେଖି ୨ ନାବାଳିକା ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ କଲା।

ପରେ କାହାରିକୁ କିଛି ନ କହିବା ପାଇଁ ଡରାଇ ଧମକେଇ ମାଡ଼ ମାରିବା ସହ ଦେହର ବିଭିନ୍ନ ସ୍ଥାନରେ ସିଗାରେଟ୍ ଚେଙ୍କ ଦେଇଦେଲା। ନାବାଳିକା ୨ ଜଣ ମଧ୍ୟ ଡରରେ କାହା ଆଗରେ କିଛି କହିଲେନି। ହେଲେ ଯେତେବେଳେ ସେମାନଙ୍କ ମାଆ ସେମାନଙ୍କୁ ଦେଖି କରିବା ପାଇଁ ଆସିଲେ ସେମାନେ ସବୁ ସତ କହିଦେଲେ।

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ: ଏହି ନୃଶଂସ ଘଟଣାଟି ହେଉଛି ଉତ୍ତରାଖଣ୍ଡର ଡେରାଡୁନରେ ଥିବା ଏକ ସ୍କୁଲ ହଷ୍ଟେଲର। ପୀଡିତ ପିଲାମାନେ ଉତ୍ତର ପ୍ରଦେଶର ମୋରାଦାବାଦର। ଜଣଙ୍କର ବୟସ ୯ ବର୍ଷ ଏବଂ ଅନ୍ୟ ଜଣଙ୍କର ୧୩ ବର୍ଷ।

ଉଭୟଙ୍କୁ ସେମାନଙ୍କ ମାଆ ଏପ୍ରିଲ ମାସରେ ଡେରାଡୁନର ଏକ ଆବାସିକ ସ୍କୁଲରେ ଭର୍ତ୍ତି କରିଥିଲେ। ଏହି ଆବାସିକ ସ୍କୁଲ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ସେହି ସ୍କୁଲର ହଷ୍ଟେଲରେ କାମ କରୁଥିବା ଜଣେ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଉକ୍ତ କର୍ମଚାରୀ ଜଣକ ୨ ଜଣ ନାବାଳିକା ଦିବ୍ୟାଙ୍ଗ ଝିଅଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିଲା। ପରେ ସେମାନଙ୍କୁ ମାଡ଼ ମାରିବା ସହ ଅକଥନୀୟ ନିର୍ଯ୍ୟାତନା ଦେଇଥିଲା।  ପରେ ଡ଼ରାଇ ସେମାନଙ୍କ ଦେହରେ ସିଗାରେଟ୍ ଚେଙ୍କ ଦେଇଦେଇଥିଲା।

ମା’ ଖୋଲିଲେ ସତ: ପିଲାମାନେ ବି ଭୟରେ କାହାରିକୁ କିଛି କହିଲେନି। ହେଲେ ଶୁକ୍ରବାର ଦିନ ଯେତେବେଳେ ସେମାନଙ୍କ ମାଆ ହଷ୍ଟେଲକୁ ସେମାନଙ୍କୁ ଦେଖି କରିବାକୁ ଆସିଲେ। ଏବଂ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲେଇବାକୁ ନେଇଗଲେ।

ସେତେବେଳେ ପିଲା ଦୁଇଜଣ କାନ୍ଦିବାକୁ ଲାଗିଲେ।  ଏବଂ ସେମାନଙ୍କ ସହିତ ହେଉଥିବା ନିର୍ଯାତନାର କାହାଣୀ କହିଲେ। ଏହା ପରେ, ସେମାନଙ୍କ ମାଆ ସହରର ଏକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।

ତାଙ୍କ ଅଭିଯୋଗରେ ସେ କହିଛନ୍ତି ଯେ ଅଭିଯୁକ୍ତମାନେ ପିଲାମାନଙ୍କୁ ଭୟଭୀତ କରିବା ପାଇଁ ସିଗାରେଟ୍ ଚେଙ୍କ ଦେଉଥିଲେ, ଯାହା ଫଳରେ ସେମାନେ ଏହା ବିଷୟରେ କାହାକୁ କହିବାକୁ ସାହସ କରିବେ ନାହିଁ। ଅଭିଯୁକ୍ତ ମୋନୁ ପାଲ ୨୯ ବର୍ଷ ବୟସର। ସେ ଉତ୍ତର ପ୍ରଦେଶର ଗାଜିପୁରର ବାସିନ୍ଦା।

ଡେରାଡୁନ୍ ସହର ଏସପି ପ୍ରମୋଦ କୁମାର କହିଛନ୍ତି, BNS ଧାରା 64 (2) (ବଳାତ୍କାର) ଏବଂ 115 (2) (ସ୍ୱେଚ୍ଛାକୃତ ଭାବରେ ଆଘାତ ଦେବା) ଏବଂ POCSO ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। “ଅଭିଯୁକ୍ତ ବୋର୍ଡିଂ ସ୍କୁଲରେ ରହୁଥିଲା। ତାକୁ ଖୋଜାଖୋଜି କରି ଗିରଫ କରାଯାଇଛି ଏବଂ ଜେଲକୁ ପଠାଯାଇଛି।