fbpx

ସିରିୟଲ ବ୍ଲାଷ୍ଟ ପାଇଁ ଚାଲିଥିଲା ପ୍ଲାନିଙ୍ଗ: ୧୨ କେଜି ବିସ୍ଫୋରକ ସହ ଗିରଫ ହେଲେ ୩ ଆତଙ୍କବାଦୀ

ଜୟପୁର: ଚିତ୍ତୋଡଗଢ ଜିଲ୍ଲାର ନିମ୍ବାହେଡା କସବେରେ ଏକ ଗାଡିରୁ ୧୨ କେଜି ବିସ୍ଫୋରକ ସାମଗ୍ରୀ ଜବତ କରିଛି ରାଜସ୍ଥାନ ପୋଲିସ । ବିସ୍ଫୋରକ ସାମଗ୍ରୀ ସହ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହାବ୍ୟତୀତ ଅନ୍ୟ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଏମାନଙ୍କ ମଧ୍ୟରେ ୨ ଜଣ ମଧ୍ୟ ପ୍ରଦେଶର ହୋଇଥିବା ବେଳେ ଜବତ ହୋଇଥିବା ଗାଡି ମଧ୍ୟ ପ୍ରଦେଶ ରେଜିଷ୍ଟର ହୋଇଛି ।

ସୂଚନା ଅନୁସାରେ, ଆଣ୍ଟି-ଟେରରିଷ୍ଟ ସ୍କ୍ୱାଡ ଏବଂ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦ୍ୱାରା ଏକ ରେଡରେ ଜବତ ହୋଇଛି ୧୨ କେଜି ବିସ୍ଫୋରକ । ନିମ୍ବାହେଡା ସଦର ପୋଲିସ ଥାନା ଅଞ୍ଚଳରେ ଏକ ଗାଡିରୁ ଏହି ବିସ୍ଫୋରକ ଜବତ ହୋଇଛି । ଏହା ସହିତ ବ୍ୟାଟେରୀ ଏବଂ ୩ ଅପରେଟିଙ୍ଗ ଘଡି ଏବଂ ତାର ସମେତ ୩ କନେକ୍ଟର ଇତ୍ୟାଦି ଜବତ କରାଯାଇଛି । ଏହାପରେ ଏଟିଏସ ଏହାର ତଦନ୍ତ ଜାରି ରଖିଛି । ବିସ୍ଫୋରକ ପଦାର୍ଥ ଅଦିନିୟମ ସମ୍ବନ୍ଧିତ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ୩ ଜଣଙ୍କୁ ଗିରଫ କରିବା ସହ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ ଏମାନଙ୍କ ମଧ୍ୟରେ ୨ ଜଣ ଅଭିଯୁକ୍ତ ମଧ୍ୟ ପ୍ରଦେଶର ରତଲାମ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

ତେବେ ପଚରାଉଚରା ସମୟରେ ଏକ ଭୟଙ୍କର ତଥ୍ୟ ସାମନାକୁ ଆସିଛି । ଅଭିଯୁକ୍ତମାନେ ଜୟପୁରରେ ସିରିୟଲ ବ୍ଲାଷ୍ଟ କରିବା ପାଇଁ ଯୋଜନା କରୁଥିବା ଜଣା ପଡିଛି । ଏବଂ ଏଥିପାଇଁ ଚିତ୍ତୋଡଗଢରେ ବମ ତିଆରି କରାଯାଉଥିଲା । ତେବେ ଗିରଫ ହୋଇଥିବା ଅଭିଯୁକ୍ତ କେଉଁ ସଂଗଠନ ସହ ଯୋଡି ହୋଇଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ତେବେ ଏମାନେ କୌଣସି ଆତଙ୍କବାଦୀ ସଂଗଠନ ସହ ଯୋଡି ହୋଇ ରହିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.