fbpx

ଯୁଦ୍ଧ ନିଆଁରେ ଜଳୁଛି ଖାଇବା ତେଲର ଦାମ: ରେକର୍ଡ ଦାମରେ ଋଷ ବିକିଲା ସୂର୍ଯ୍ୟମୁଖୀ ତେଲ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଏବେ ସାରା ବିଶ୍ୱରେ ଘାରିଲାଣି । ସମସ୍ତଙ୍କ ପକେଟ ଆଉ ରୋଷେଇ ଘରକୁ ପହଞ୍ଚିଲାଣି ଯୁଦ୍ଧର ଦାମିକା ଧୂଆଁ । ଋଷର ଏପରି ପଦକ୍ଷେପ ପାଇଁ ବିଭିନ୍ନ ଦେଶ ପ୍ରତିବନ୍ଧକ ଲଗାଉଥିବା ବେଳେ ଋଷ ବିରୁଦ୍ଧରେ ପ୍ରାୟତଃ ଚୁପ ରହିଛି ଭାରତ । ଏହାକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଥିବା ବେଳେ ଋଷ-ଭାରତ ମଧ୍ୟରେ ଆଉ ଏକ ବଡ ଡିଲ ହୋଇଛି । ୪୫,୦୦୦ ଟନର ସୂର୍ଯ୍ୟମୁଖୀ ତେଲକୁ ଖୁବ ଉଚ୍ଚା ଦାମ ଏବଂ ରେକର୍ଡ ଦାମରେ କିଣିଛି ଭାରତ । ଏହି ତେଲ ଆସନ୍ତା ଏପ୍ରିଲ ମାସରେ ଦେଶରେ ପହଞ୍ଚିବ । ତେଣୁ ଆଗକୁ ଘରୋଇ ବଜାରରେ ତେଲର ଦାମ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି । ତେବେ ଋଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ଏହି ମହଙ୍ଗା ମାଡରୁ ଛୁଟି ମିଳିପାରିବ ନାହିଁ ।

ଯୁଦ୍ଧ ପାଇଁ ୟୁକ୍ରେନ ସୂର୍ଯ୍ୟମୁଖୀ ତେଲ ରପ୍ତାନୀ ଉପରେ ରୋକ ଲଗାଇଛି । ତେଣୁ ଋଷ ସହ ଏହି ଡିଲ ଫାଇନାଲ କରିବାକୁ ଚେଷ୍ଟା କରୁଛି ଜେମିନି ଇଡିବଲ୍ସ ଏବଂ ଫେଟ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଏମଡି ପ୍ରଦୀପ ଚୌଧୂରୀ । ଋରେୁ ୧୨୦୦୦ ଟନ ସୂର୍ଯ୍ୟମୁଖୀ ତେଲ କିଣିବା ପାଇଁ ସଉଦା କରିଛି ଜେମିନି ଇଡବଲ୍ସ ଯାହାର ଆମଦାନୀ ଆସନ୍ତା ଏପ୍ରିଲ ମାସରେ ହେବ । ତେବେ ତେଲର ଦାମ ଟନ ପିଛା ୨୧୫୦ ଡଲାରରେ କିଣାଯାଇଛି । ତେବେ ଯୁଦ୍ଧ ପୂର୍ବରୁ ୧୬୩୦ ଡଲାର ଥିଲା ସୂର୍ଯ୍ୟମୁଖୀ ତେଲର ଦାମ ।

Get real time updates directly on you device, subscribe now.