ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍)ଆଗକୁ କୌଣସି ମନ୍ଦିର ପାଇଁ ଆନ୍ଦୋଳନ କରିବ ନାହିଁ। ସଂଘ ନିଜ ମୂଳ ପ୍ରବୃତ୍ତିର ବିରୋଧରେ ଯାଇ
ଆର୍ଏସ୍ଏସ୍ ରାମମନ୍ଦିର ଆନ୍ଦୋଳନରେ ଭାଗ ନେଇଥିଲା । ଭବିଷ୍ୟତରେ ଏଭଳି ଉଦ୍ୟମ କରିବ ନାହିଁ ବୋଲି ଆର୍ଏସ୍ଏସ୍ ମୋହନ ଭାଗତ୍ କହିଛନ୍ତି । ନାଗପୁରରେ ଗୁରୁବାର କର୍ମକର୍ତ୍ତାମାନଙ୍କୁ ସମ୍ବୋଧନ କରି ଜ୍ଞାନବାପି ମସ୍ଜିଦ୍ ବିବାଦ ଉପରେ ସେ ମତ ରଖୁଛନ୍ତି । କହିଛନ୍ତି ଇତିହାସକୁ କେହି ବଦଳାଇପାରିବେ ନାହିଁ । ଜ୍ଞାନବ୍ୟାପି ପ୍ରସଙ୍ଗରେ ହିନ୍ଦୁ- ମୁସଲିମ ବିବାଦ ସହ ଯୋଡ଼ିବା ଅନୁଚିତ । ପ୍ରତ୍ୟେକ ମସ୍ଜିଦ୍ ଭିତରେ ଏକ ଶିବଲିଙ୍ଗ ଆମେ କାହିଁକି ଖୋଜିବା ବୋଲି ଭାଗତ୍ ପ୍ରଶ୍ନ କରିଛନ୍ତି ।