fbpx

ରୋମାଞ୍ଚକର ମୁକାବିଲାରେ ପାକିସ୍ତାନକୁ ୪ ଉଇକେଟ୍‌ରେ ହରାଇଲା ଭାରତ, କମାଲ କରିଦେଲେ ବିରାଟ କୋହଲି

ମେଲବର୍ଣ୍ଣ: ଭାରତକୁ ପାକିସ୍ତାନ ବିପକ୍ଷରେ ବିଶାଳ ବିଜୟ ଦେଲେ ବିରାଟ କୋହଲି । ରୋମାଞ୍ଚକର ମୁକାବିଲାରେ ଭାରତ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି । ରବିଚନ୍ଦ୍ରନ ଅଶ୍ୱୀନ ଶେଷ ବଲରେ ଚଉକା ମାରି ମ୍ୟାଚକୁ ଭାରତ ନାଁରେ କରିଥିଲେ । କିନ୍ତୁ ପ୍ରକୃତ ଖେଳ ବିରାଟ କୋହଲି ଖେଳିଥିଲେ । ବିରାଟ ଆରମ୍ଭରୁ କ୍ରଜରେ ଉପସ୍ଥିତ ରହି ଅପରାଜିତ ୮୨ ରନ୍‌ର ବିଜୟୀ ପାଳି ଖେଳିଥିଲେ ।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତ ଆଗରେ ୧୬୦ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଏହାର ଜବାବରେ ଭାରତୀୟ ଦଳ ୨୦ ଓଭରରେ ୧୬୦ ରନ୍ ସଂଗ୍ରହ କରି ୬ ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଛି। ୧୬୦ ରନ୍‌ର ଟାର୍ଗେଟକୁ ପିଛାକରି ଭାରତ ଭଲ ଆରମ୍ଭ କରିନଥିଲା। ଦଳ ପାୱାରପ୍ଲେରେ ଓପନରଙ୍କ ୱିକେଟ୍ ହରାଇଥିଲା। ରାହୁଲ ଏବଂ ରୋହିତ ପ୍ରତ୍ୟେକ ୪ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ହେଲେ କୋହଲି ଅପରାଜିତ ୮୨ ରନ୍‌ର ବିଜୟୀ ପାଳି ଖେଳିଥିଲେ। ଅନ୍ୟପଟରେ ହାର୍ଦିକ ଉପଯୋଗୀ ୪୦ରନର ପାଳି ଖେଳିଥିଲେ। ଶେଷ ଓଭରରେ ୧୬ ରନ ସ୍କୋର କରି ଭାରତ ଏହି ମ୍ୟାଚ ଜିତିଥିଲା।

Get real time updates directly on you device, subscribe now.