fbpx

ଚିଠିରେ ଲେଖିଲେ ହଷ୍ଟେଲ କଥା, ସ୍କୁଲରେ ପହଁଚି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶେଷ ଦିନ । ତେବେ ସେ ଆଜି ଦୁଇଟି ସ୍କୁଲ ପରିକ୍ରମା କରିଥିଲେ । ସକାଳ ୯ଟାରେ ପ୍ରଥମେ ଖଣ୍ଡଗିରି ତପୋବନ ହାଇ ସ୍କୁଲ ଗସ୍ତ କରିଥିଲେ । ଏହାପରେ ନିଜେ ପଢିଥିବା ସ୍କୁଲ, ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଁଚିଥିଲେ । ସେଠାରେ ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତିଙ୍କୁ ପାଖରେ ପାଇ ବହୁ ଉତ୍ସାହିତ ହୋଇଥିଲେ । ଏହାସହ ରାଷ୍ଟ୍ରପତି ନିଜେ ପଢିଥିବା ସ୍କୁଲରେ ପହଁଚି ବିତାଇଥିବା ମୁହୂର୍ତ୍ତକୁ ମନେପକାଇଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯେତେବେଳେ ଏହି ବିଦ୍ୟାଳୟରେ ପଢୁଥିଲେ ସେ କୁନ୍ତଳା କୁମାରୀ ଛାତ୍ରାବାସରେ ରହୁଥିଲେ । ତେବେ ଆଜି ସେହି ହଷ୍ଟେଲକୁ ଯାଇ ପରିଦର୍ଶନ କରିଥିଲେ । ସେଠାରେ ପହଁଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ମୋ ଛାତ୍ରୀ ଜୀବନର ଅନେକ ଅଭୁଲା କଥାକୁ ମୁଁ ମନେପକାଉଛି ।

ହଷ୍ଟେଲରେ ରହୁଥିବା ପିଲା ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମାନଙ୍କ ସହ କଥା ହୋଇ ମୁଁ ଭାବବିହ୍ୱଳ ହୋଇପଡିଲି । ଖୁସି ଲାଗୁଛି ଦେଖିକି ଏଠାରେ ଛାତ୍ରଛାତ୍ରୀ ମାନଙ୍କୁ ଏକ ସୁରକ୍ଷିତ ସ୍ୱଚ୍ଛ ପରିବେଶ ମିଳୁଛି ରହିବା ପାଇଁ । ମୁଁ ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି । ଚିଠିରେ ଏମିତି ଲେଖ ଛାତ୍ରୀ ନିବାସ ରେଜିଷ୍ଟରରେ ଦସ୍ତଖତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Get real time updates directly on you device, subscribe now.