fbpx

ଋଣ କରି ବୁଡିଗଲେଣି କି? ଘରୁ କାଢିଦିଅନ୍ତୁ ଏହି ଜିନିଷ

ଲୋକେ ବଂଚିବା ପାଇଁ ପ୍ରଦିଦିନ କିଛି ନା କିଛି କାମ କରୁଛନ୍ତି । ଟଙ୍କା ଆସିଲାପରେ କାହା ଘର ସୁରୁଖୁରୁରେ ଚାଲୁଛି ତ କାହା ଘରେ ଟଙ୍କାକୁ ନେଇ ଅସୁବିଧା ଦେଖାଦେଉଛି । ମଣିଷର ଆୟ ଠାରୁ ଖର୍ଚ୍ଚ ପରିମାଣ ଅଧିକ ହେଲେ ତାକୁ ଅନ୍ୟ କାହାଠାରୁ ଧାର-କରଜ କରିବାକୁ ପଡିଥାଏ । ହେଲେ ଏହା ସବୁବେଳେ ଦେଖାଦେଇ ନଥାଏ, ଜୀବନର କିଛି ସମୟରେ ଏହା ପରିଲକ୍ଷିତ ହୋଇଥାଏ । ଗୀତା ପୁରାଣରେ ଲେଖା ଯାଇଛି ଯେ, ଯେଉଁ ବ୍ୟକ୍ତି ଧାର କରଜ କରିଥାଏ ସେହି ବ୍ୟକ୍ତି ଦୁନିଆର ସବୁଠାରୁ ଦୁଃଖୀ । ଏଥିପାଇଁ ଆପଣଙ୍କ ଘରେ ଏମିତି କିଛି ଜିନିଷ ଅଛି ଯାହାଦ୍ୱାରା ଆପଣଙ୍କ ଧାର-କରଜ ବଢିବଢି ଯାଉଛି ଏବଂ ଏହାକୁ ଠିକ ସମୟରେ ଆପଣ ଦେୟ କରି ପାରୁନାହାନ୍ତି । ବାସ୍ତୁ ଅନୁସାରେ ଘରେ ଯଦି ଆଜ୍ୟବାଜ୍ୟ ଜିନିଷ ରହିଛି ତେବେ ଏହା ଦାରିଦ୍ର‌୍ୟତା ବୃଦ୍ଧି କରିଥାଏ । ଏଥିପାଇଁ ଘରେ ପୁରୁଣା ଓ ଚିରା ଫଟା ଜିନିଷ ଯେମିତିକି ଚପଲ, କପଡା ଆଦି ଜିନିଷ ନ ରଖିବା ଉଚିତ । ତେବେ ଜାଣନ୍ତୁ କିପରି କରଜ ଦାମରୁ ମୁକ୍ତି ହୋଇ ଆର୍ଥିକ ଉନ୍ନତି କରିବେ । ଘରେ କେଉଁ କେଉଁ ଜିନିଷ ନ ରଖିଲେ ଏହି ସବୁ ପରିସ୍ଥିତି ଠିକ ହୋଇଯାଏ ଜାଣନ୍ତୁ…

-ବାସ୍ତୁ ଅନୁସାରେ ଘରେ ଯଦି ଭାଙ୍ଗିଯାଇଥିବା କାଚ ଜିନିଷ କିମ୍ବା ଭଙ୍ଗା ଦର୍ପଣ ଅଛି ତେବେ ତାକୁ ଜଲଦି ଫୋପାଡି ଦିଅନ୍ତୁ । କୁହାଯାଏ ଭାଙ୍ଗି ଯାଇଥିବା କାଚ ଦରିଦ୍ର‌୍ୟତାକୁ ବୃଦ୍ଧି କରିଥାଏ ।

-କାମ କରୁନଥିବା ବେକାର ଇଲେକଟ୍ରୋନିକ ଜିନିଷକୁ ରଖିବା ଅଶୁଭ କୁହାଯାଇଛି । କାରଣ ଏହା ଘରେ ନେଗେଟିଭ ଶକ୍ତି ପ୍ରଦାନ କରିଥାଏ । ଏହାକୁ ତୁରନ୍ତ ଫୋପାଡି ଦିଅନ୍ତୁ ।

– ସେହିପରି ଭଙ୍ଗା ବାସନ ମଧ୍ୟ ଘରେ ରଖିବା ଅଶୁଭ । ଯଦି ଘରେ ଭଙ୍ଗା ପ୍ଲେଟ, କପ ବା ଚେପା ବାସନ ଅଛି ତେବେ ତାକୁ ତୁରନ୍ତ ଘରୁ ହଟାନ୍ତୁ ।

-ବାସ୍ତୁଶାସ୍ତ୍ରରେ ଭଙ୍ଗିଯାଇଥିବା କି ବ୍ୟବହାର ହୋଇ ଖରାପ ହୋଇଯାଇଥିବା ଝାଡୁୁ ନ ରଖିବା ଉଚିତ । କୁହାଯାଏ ଏପରି ଝାଡୁ ରଖିବା ଦ୍ୱାରା ଘରେ ଲକ୍ଷ୍ମୀ ମାଆଙ୍କ ଆଗମନ ହୋଇ ନଥାଏ ।

-ଆପଣଙ୍କ ଘରେ ଯଦି ପୁରୁଣା ଫଟୋ ଭାଙ୍ଗି ଯାଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଫଟୋ ଘରେ ମହଜୁଦ ଅଛି ତେବେ ତାକୁ ଘରୁ ଜଲଦି କାଢି ଦିଅନ୍ତୁ । ଏହା ଆପଣଙ୍କୁ ଆଗକୁ ବଢାଇବାକୁ ଦେଇ ନଥାଏ ।

– ଯଦି ଘରେ ଫାଟିଯାଇଥିବା ପର୍ସ ବା ଆଲମାରୀ ଭାଙ୍ଗି ଯାଇଛି ତାକୁ ତୁରନ୍ତ ଠିକ କରାନ୍ତୁ । ତେବେ ପର୍ସ ବା ଆଲମାରୀ ଘରେ ସକରାତ୍ମକ ଏନର୍ଜି ଆଣିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଏହାଦ୍ୱାରା ଘରେ ଧନର ଆଗମନ ହୋଇଥାଏ ।

Get real time updates directly on you device, subscribe now.