fbpx

Toll Gateରେ କାହିଁକି ଦେବାକୁ ହୋଇଥାଏ ଟାକ୍ସ? ଜାଣନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଟୋଲ ଟାକ୍ସ ଏମିତି ଏକ ଶୁଳ୍କ ଯାହା ରାଜରାସ୍ତାରେ ଯିବା ସମୟରେ ଦେବା ପାଇଁ ବାଧ୍ୟ ହୋଇଥାନ୍ତି ଗାଡି ଚାଳକ । କୌଣସି ଅନ୍ତରାଜ୍ୟ ଏକ୍ସପ୍ରେସୱେ, ସୁଡଙ୍ଗ, ପୋଲ କିମ୍ବା ଅନ୍ୟ ରାଷ୍ଟ୍ରୀୟ ଏବଂ ରାଜ୍ୟ ସଡକ ମାର୍ଗକୁ ଅତିକ୍ରମ କରିବା ସମୟରେ ଦେବାକୁ ପଡିଥାଏ । ଏହି ରାଜମାର୍ଗଗୁଡିକୁ ଟୋଲ୍ ସଡକ ଭାବରେ ଜଣାଯାଏ ଏବଂ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ଦ୍ୱାରା ପ୍ରବନ୍ଧିତ କରାଯାଇଥାଏ । ଯୋଲ ବୁଥ ଏବଂ ଟୋଲ ପ୍ଲାଜା କାଉଣ୍ଟରରେ ଟୋଲ ଲେବି ଏକତ୍ର କରାଯାଏ । ତେବେ କାହିଁକି ଆଦାୟ କରାଯାଏ ଏହି ଟୋଲ ଟାକ୍ସ ଆସନ୍ତୁ ଜାଣିବା

ଟୋଲ ଟାକ୍ସ: ଏକପ୍ରକାର ଅପ୍ରତ୍ୟକ୍ଷ କର, ଯାହା ରାଜମାର୍ଗ ଭଳି ବିଭିନ୍ନ ସେବା ଉପରେ ଲଗାଯାଇଥାଏ । ଟୋଲ ସଡକର ବିକାଶ ଏବଂ ସୁରକ୍ଷାକୁ ଫଣ୍ଡ ଦେବା ଲକ୍ଷ୍ୟରେ ଏହି ଟାକ୍ସ ଆଦାୟ ହୋଇଥାଏ । ଅର୍ଥାତ୍, ଏହି ଟୋଲ ଟାକ୍ସ ଲଗାଇ ନବନିର୍ମିତ ଟୋଲ ସଡକର ଖର୍ଚ୍ଚ ବହନ କରାଯାଏ ।

ଟୋଲ ପ୍ଲାଜା: ଟୋଲ ଟାକ୍ସ ଏନଏଚଏଆଇ ପାଇଁ ଆୟ ପ୍ରଦାନ କରିଥାଏ । ଏହା ବିଭିନ୍ନ ବ୍ୟକ୍ତିଗତ ପାର୍ଟି/ଠିକାଦାରଙ୍କୁ ମଧ୍ୟ ଦିଆଯାଇଥାଏ । ତେବେ ଟୋଲ ପ୍ଲାଜା କିମ୍ବା ଟୋଲ ବୁଥରେ ହିଁ ଆଦାୟ କରାଯାଇଥାଏ ଏହି ଟୋଲ ଟାକ୍ସ । ଚାଳକ ଟାକ୍ସ ଦେବା ପରେ କାଉଣ୍ଟର ଅଦିକାରୀ ତାଙ୍କୁ ଏକ ରସିଦ ଦିଆଯାଇଥାଏ । ସଡକ ଦୁର୍ଘଟଣା, ନିଆଁ ଲାଗିବା ଭଳି ବିଭିନ୍ନ ଦୁର୍ଘଟଣା ସମୟରେ ପାଣି, ଶୌଚାଳୟ ଏବଂ ଆପାତକାଳୀନ ସେବା ପ୍ରଦାନ କରିବାର ଦାୟିତ୍ୱ ନେଇଥାଏ ଟୋଲ ପ୍ଲାଜା ।

FAStag: ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ(ଏନଏଚଆଇ) ତରଫରୁ ଅତ୍ୟାଧୁନିକ କୌଶଳ ଲାଗୁ କରାଯାଇଛି । ଏହାଦ୍ୱାରା ଟୋଲ୍ ସେବା କମ୍ ସମୟରେ ଏବଂ ସହଜରେ କରାଯାଇପାରିବ । ଏନଏଚଏଆଇର ଫାଷ୍ଟାଗ ଦ୍ୱାରା କୌଣସି ଯାନବାହନର ଟୋଲ ଗେଟରେ ସ୍ୱୟଂଚାଳିତ ଭାବରେ ଟାକ୍ସ ଆଦାୟ କରାଯାଇପାରେ ।

Get real time updates directly on you device, subscribe now.