fbpx

ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଛତା ଧରି ଅପେକ୍ଷା କଲେ ନେପାଳର କ୍ରିକେଟ୍ ପ୍ରଶଂସକ, ଭାଇରାଲ୍ ହେଲା ଫଟୋ

ନୂଆଦିଲ୍ଲୀ: ପଡ଼ୋଶୀ ନେପାଳରେ କ୍ରିକେଟ ପ୍ରତି ଲୋକମାନଙ୍କର ଭଲ ପାଇବା ବଢ଼ିବାରେ ଲାଗିଛି। ଆଜି ACC ପ୍ରିମିୟର କପ୍ ୨୦୨୩ ଫାଇନାଲ୍ ମ୍ୟାଚ ଖେଳା ଯାଉଥିବା ବେଳେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ। ଆଜିର ଫାଇନାଲ ମ୍ୟାଚରେ ନେପାଳ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ମୁହାଁ ମୁହିଁ ହୋଇଥିଲେ। ମ୍ୟାଚ ନେପାଳର କିର୍ତ୍ତୀପୁର, ଟ୍ରିବୁଭାନ୍ ୟୁନିଭରସିଟି ଆନ୍ତର୍ଜାତୀୟ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଏହି ସମୟରେ ପ୍ରଶଂସକମାନେ ସେମାନଙ୍କ ଦଳ ନେପାଳର ମ୍ୟାଚ୍ ଦେଖିବାକୁ ବହୁତ ଉତ୍ସାହିତ ଦେଖା ଯାଉଥିଲେ।

କିନ୍ତୁ ବର୍ଷ ପ୍ରଶଂସକ ମାନଙ୍କୁ ନିରାଶ କରିଥିଲା। ଏହି ଦର୍ଶକ ଭରା ଗ୍ରାଉଣ୍ଡରେ ଘରୋଇ ପ୍ରଶଂସକଙ୍କ ମଧ୍ୟରେ ନେପାଳ ବହୁତ ଭଲ ଆରମ୍ଭ କରିଥିଲା। ୟୁଏଇ ଦଳ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ହରାଇ ୧୦୬ ରନ୍ ସଂଗ୍ରହ କରିଥିଲା। ତେବେ ବର୍ଷା ଯୋଗୁଁ ପୁନର୍ବାର ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା। ଅବଶ୍ୟ, ପାଗ ଖରାପ ସତ୍ୱେ ପ୍ରଶଂସକମାନେ ଗ୍ରାଉଣ୍ଡରେ ରହିବାକୁ ସ୍ଥିର କଲେ ଏବଂ ମ୍ୟାଚ୍ ପୁଣି ଆରମ୍ଭ ହେବା ପାଇଁ ଅପେକ୍ଷା କରିଥିବା ପ୍ରଶଂସକଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। କ୍ରିକେଟ୍ ଆସୋସିଏସନ୍ ଅଫ୍ ନେପାଳ (CAN) ଏହାର ଉତ୍ସାହୀ ପ୍ରଶଂସକଙ୍କୁ ଟ୍ୱିଟରରେ ଧନ୍ୟବାଦ ଜଣାଇଛି। ତେବେ ଖବର ଲେଖିବା ବେଳକୁ ମ୍ୟାଚରେ କୌଣସି ଅଗ୍ରଗତି ହୋଇ ନଥିଲା।

ଏହି ମ୍ୟାଚର ବିଜେତା ଏସିଆ କପ୍ ୨୦୨୩ ରେ ଖେଳିବାର ସୁଯୋଗ ପାଇବେ। ଏସିଆ କପ୍ ୨୦୨୩ ଚଳିତ ବର୍ଷ ସେପ୍ଟେମ୍ବରରେ ଖେଳାଯିବ। ଚଳିତ ବର୍ଷ ଦିନିକିଆ ବିଶ୍ୱ କପି ଥିବାରୁ ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ଚଳିତ ବର୍ଷ ODI ଫର୍ମାଟରେ ଖେଳାଯିବ। ତେବେ ଏସିଆ କପ୍ ୨୦୨୩ ଆୟୋଜନକୁ ନେଇ ଭାରତୀୟ କ୍ରିକେଟ୍ ବୋର୍ଡ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ବର୍ତ୍ତମାନ ବିବାଦ ଲାଗି ରହିଛି। ଆଗାମୀ ଦିନରେ ହୋଷ୍ଟିଂ ବିଷୟରେ ନିଷ୍ପତ୍ତି ନିଆଯିବ।

Get real time updates directly on you device, subscribe now.