fbpx

ବର୍ଷ ଶେଷରେ ଘଟିବାକୁ ଯାଉଛି ଏହି ଶୁଭ ଯୋଗ, କେଉଁ କେଉଁ ରାଶି ଲାଭବାନ ହେବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ନୂଆବର୍ଷ ୨୦୨୪ ଆରମ୍ଭ ହେବାକୁ ଯାଉଛି । ଜ୍ୟୋତିଷବିଦ୍‌ଙ୍କ ଅନୁସାରେ ନୂଆବର୍ଷ ସମସ୍ତଙ୍କ ଲାଗି ବହୁତ ଖାସ୍ ରହିବ । କିନ୍ତୁ ଚଳିତ ବର୍ଷ ଶେଷ ସମୟ ମଧ୍ୟ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ରହିବ । କାରଣ ଏହି ସମୟରେ ବହୁତ ଶୁଭଯୋଗ ନିର୍ମାଣ ହେବାକୁ ଯାଉଛି ।

ବର୍ଷ ଶେଷରେ ଗୁରୁ ଓ ଶୁକ୍ର ସାମ୍ନାସାମ୍ନି ରହିବେ ଯାହାଫଳରେ ସମସପ୍ତକ ଯୋଗ ସୃଷ୍ଟି ହେବ । ଜ୍ୟୋତିଷଶାସ୍ତ୍ରରେ ସମସପ୍ତକ ଯୋଗ ବହୁତ ଖାସ୍ ଅଟେ ଓ ଏହା ଅତ୍ୟନ୍ତ ଶୁଭ ଅଟେ । ଏହି କ୍ରମରେ ଆସନ୍ତୁ ଜାଣିବା ଏହି ଯୋଗ ବଳରେ କେଉଁ ରାଶି ବେଶୀ ଲାଭବାନ ହେବେ ।

କନ୍ୟା: ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ବ୍ୟବସାୟ କ୍ଷେତ୍ରରେ ଧନ ଲାଭର ସଂଯୋଗ ରହିଛି । ଏହି ସମୟରେ କୌଣସି ନୂଆ ବ୍ୟବସାୟରେ ଅର୍ଥ ନିବେଶ କରିପାରିବେ । ସବୁ କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜଭୁତ ରହିବ ।

ମକର: ବ୍ୟବସାୟରେ ଲାଭ ମିଳିବା ଆରମ୍ଭ ହୋଇଯିବ । ଚାକିରୀଜୀବୀମାନଙ୍କର ପଦୋନ୍ନତି ଘଟିପାରେ । କୌଣସି କ୍ଷେତ୍ରରେ ଅଟକି ରହିଥିବା ଧନ ପ୍ରାପ୍ତ ହୋଇପାରେ । ଏହି ସମୟ ଛାତ୍ରଛାତ୍ରୀଙ୍କ ଲାଗି ବଡ ଲାଭଦାୟୀ ସାବ୍ୟସ୍ତ ହେବ ।

କୁମ୍ଭ: ଏହି ସମସପ୍ତକ ଯୋଗ କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳଦାୟୀ ହେବ । ଧନ ପ୍ରାପ୍ତି ମାମଲାରେ ଲାଭଦାୟୀ ହେବେ । ସନ୍ତାନ ସନ୍ତତିଙ୍କ ଠାରୁ ଖୁସି ଖବର ପାଇବେ ।

Get real time updates directly on you device, subscribe now.