fbpx

ଘରର ଇଶାନ କୋଣରେ ରଖି ଦିଅନ୍ତୁ ଏହି ଦୁଇ ମୂର୍ତ୍ତି; ଜୀବନରେ କେବେ ବି ରହିବନି ଅର୍ଥାଭାବ

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ତେବେ ଘରେ ମା’ ଲକ୍ଷ୍ମୀ ଓ ଶ୍ରୀଗଣେଶଜୀଙ୍କ ପ୍ରତିମା ସ୍ଥାପନ କରନ୍ତୁ । ତେବେ ଏହି ଦୁଇ ମୂର୍ତ୍ତି ରଖିବାର ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ।
ଘରର ଉତ୍ତର-ପୂର୍ବ ଦିଗ ଯେଉଁଠି ମିଶିଥାଏ ତାହାକୁ ଇଶାନ କୋଣ କୁହାଯାଏ । ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଏହି ଇଶାନ କୋଣ ବହୁତ ଶୁଭ ହୋଇଥାଏ । ତେଣୁ ଏହି କୋଣକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ । ଜୀବନରେ ଉନ୍ନତି ଚାହୁଁଥିଲେ ଏହି କୋଣକୁ ସର୍ବଦା ଖୋଲା ରଖନ୍ତୁ । ଅର୍ଥାତ୍ ଏହି କୋଣରେ ଅଧିକ ମାତ୍ରାରେ ଜିନିଷପତ୍ର ଗଦା କରି ରଖନ୍ତୁ ନାହିଁ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଇଶାନ କୋଣରେ ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି ରଖିବା ଦ୍ୱାରା ଶୁଭ ହୋଇଥାଏ । ବାସ୍ତୁ ଅନୂସାରେ ଏପରି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯାଏ । ଅର୍ଥାଭାବ ଦେଇ ଗତି କରୁଥିଲେ ଏହା ଦୂର ହୋଇଯାଏ । କ୍ୟାରିୟରରେ ଉନ୍ନତି ହେଉ ନ ଥିଲେ ଏହି ସମସ୍ୟା ମଧ୍ୟ ଆପଣଙ୍କର ଦୂର ହୋଇଯିବ । ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ ।

Get real time updates directly on you device, subscribe now.