fbpx

ଜେସନ ଶାହ କହିଲେ, ‘ସେକ୍ସ ପାଇଁ ପାଗଳ ଥିଲି’, ସେ ଜଣକୁ ଡେଟ କରୁଛନ୍ତି, ବିବାହ ପୂର୍ବରୁ ଆଉ ସେକ୍ସ କରିବି ନାହିଁ…

ଓଡିଶା ଭାସ୍କର: ଅଭିନେତା ଜେସନ ଶାହ ଯିଏ କି ନିକଟରେ ସଞ୍ଜୟ ଲୀଲା ବଂଶାଲୀଙ୍କ ହୀରାମଣ୍ଡିରେ ନଜର ଆସିଥିଲେ, ସେ ଏବେ ଏକ ବଡ ବୟାନ ଦେଇଛନ୍ତି । ଖୁଲ୍ଲମଖୁଲ୍ଲା ଭାବରେ ଏହି ଅଭିନେତା ଜଣକ ସେକ୍ସ ପ୍ରତି ଥିବା ତାଙ୍କର ଦୁର୍ବଳତାକୁ ନେଇ ଖୋଲିକି କହିଛନ୍ତି । ହ୍ୟାଣ୍ଡସମ ହଙ୍କ ଅଭିନେତା ଜେସନ କହିଛନ୍ତି ଯେ ସେ ସେକ୍ସ, ମଦ ଓ ଧୂମ୍ରପାନ ପ୍ରତି ଅହେତୁକ ଦୁର୍ବଳ ହୋଇ ପଡିଥିଲେ । ପରେ ସେ କେତେ ବର୍ଷ ପରେ ଏହାକୁ ନେଇ ଅନୁଭବ କଲେ ଓ ନିଜ ଜୀବନରେ ଆଧ୍ୟାତ୍ମିକତାକୁ ସ୍ଥାନ ଦେବା ପରେ ଏଥିରୁ ମୁକ୍ତି ପାଇଛନ୍ତି ।

ଏକ ୟୁଟୁବ ଚ୍ୟାନେଲରେ ସାକ୍ଷାତକାର ଦେବା ସମୟରେ ଅଭିନେତା ଜେସନ ଶାହ କହିଛନ୍ତି ଯେ ସେ ଦିନକୁ ପ୍ରାୟ ଗୋଟିଏରୁ ଦୁଇ ପ୍ୟାକେଟ ସିଗାରେଟ ଟାଣୁଥିଲେ । ସେ ନିଶ୍ଚିତଭାବରେ କହି ପାରିବେ ଯେ ସେ ମହିଳାଙ୍କ ପ୍ରତି ଅହେତୁକ ଦୁର୍ବଳ ହୋଇ ପଡିଥିଲେ । ମହିଳାଙ୍କ ମାୟାରେ ସେ ବାୟା ଥିଲେ । ଏହିସବୁ ବଦଭ୍ୟାସ ଛାଡିବା ତାଙ୍କ ପାଇଁ କାଠିକର ପାଠ ହୋଇ ପଡିଥିଲା । ମାତ୍ର ଏସବୁକୁ ସେ ଏବେ ଛାଡି ଦେଇଛନ୍ତି । ଭଗବାନ ତାଙ୍କ ପ୍ରତି କୃପା କଲେ ଓ ସେ ଆଧ୍ୟାତ୍ମିକ ହୋଇ ଏଥିରୁ ମୁକ୍ତ ହୋଇ ପାରିଥିଲେ ବୋଲି ଜେସନ କହିଛନ୍ତି ।

ନିଜର ବର୍ତ୍ତମାନର ଜୀବନକୁ ମଧ୍ୟ ନେଇ ସେ କହିଛନ୍ତି । ଏବେ ସେ ଆଧ୍ୟାତ୍ମିକ ଶକ୍ତି ବଳରେ ପୂର୍ବଭଳି ଆଉ ନାହାନ୍ତି । ଯାହାକୁ ଡେଟ କରୁଛନ୍ତି ତାଙ୍କ ସହ ବିବାହ ପରେ ହିଁ ସେକ୍ସ କରିବେ ବୋଲି ଅଭିନେତା ଜଣକ ପ୍ରକାଶ କରିଛନ୍ତି । ଯୌନ ସଂପର୍କ ଦ୍ୱାରା ଜଣେ ପୁରୁଷ ଜଣେ ମହିଳାଙ୍କ ସହ ଭାବନାତ୍ମକ ଭାବରେ ଜଡିତ ହୋଇଥାଏ ବୋଲି ମଧ୍ୟ ଜେସନ କହିଛନ୍ତି ।

Get real time updates directly on you device, subscribe now.