ସୁନା ଝିଅର ସୁନାକୁ ଅପେକ୍ଷା, ‘ପ୍ୟାରିସରେ ମୁଁ ଗୋଲ୍ଡ ହିଁ ଜିତିବି’, ବକ୍ସର ଲଭଲିନାଙ୍କ ଆଶା ଭାରତକୁ ଦେଉଛି ବିଶ୍ୱାସ

ଓଡିଶା ଭାସ୍କର: ଭାରତର ଷ୍ଟାର ବକ୍ସର ଲଭଲିନା ବୋରଗୋହେନ ପ୍ୟାରିସ ଅଲମ୍ପିକ୍ସ ପୂର୍ବରୁ ଜବରଦସ୍ତ କନଫିଡେନ୍ସରେ ଅଛନ୍ତି । ସେ ଅଲମ୍ପିକ୍ସରେ ସୁନା ହିଁ ଜିତିବେ ବୋଲି ଦୃଢତାର ସହ କହିଛନ୍ତି । ଗତ ଟୋକିଓ ଅଲମ୍ପିକ୍ସରେ ଲଭଲିନା କାଂସ୍ୟ ପଦକରେ ହିଁ ଅଭିଯାନ ଶେଷ କରିଥିଲେ । ମାତ୍ର ଏବେ ପରିସ୍ଥିତି ଭିନ୍ନ ଅଛି । ଲଭଲିନା ନିଜ ଖେଳରେ ଅନେକ ପରିବର୍ତ୍ତନ ମଧ୍ୟ ଆଣି ସାରିଛନ୍ତି । ତାଙ୍କୁ ଦେଖିଲେ ହିଁ ଲାଗୁଛି ଏ ସୁନା ଝିଅ ପ୍ୟାରିସରେ ସୁନା ହିଁ ଜିତିବ ।

ଲଭଲିନା ହେଉଚନ୍ତି ସେହି ବକ୍ସର ଯିଏ ମାର୍ଶଲ ଆର୍ଟ ଶିଖିବା ପରେ ହିଁ ବକ୍ସିଂରେ ଜାତୀୟସ୍ତରରେ ପାଦ ରଖିଥିଲେ । ସେହିସମୟରେ ତାଙ୍କୁ ବକ୍ସିଂର ‘ବ’ ଅକ୍ଷର ବି ଜଣା ନ ଥିଲା । ଲଭଲିନା କହନ୍ତି ଯେ, ଖବରକାଗଜରେ ପ୍ରସିଦ୍ଧ ବକ୍ସର ମୋହମ୍ମଦ ଅଲୀଙ୍କଠୁ ସେ ପ୍ରେରଣା ପାଇଁ ବକ୍ସିଂ ଖେଳିବା ଆରମ୍ଭ କରିଥିଲେ । ବର୍ତ୍ତମାନ ସମୟରେ ଲଭଲିନା ୭୫ କିଲୋଗ୍ରାମ ବର୍ଗରେ ଖେଳନ୍ତି । ମାତ୍ର ପୂର୍ବରୁ ସେ ୬୯ କିଲୋଗ୍ରାମରେ ପ୍ରତିନିଧିତ୍ୱ କରୁଥିଲେ । ଲଭଲିନା କୁହନ୍ତି ଯେ ଓଜନ ବଢାଇକି ଖେଳିବା ଦ୍ୱାରା ତାଙ୍କ ଖେଳରେ ପୂର୍ବାପେକ୍ଷା ଅନେକ ପରିବର୍ତ୍ତନ ଆସିଛି । ଅଲମ୍ପିକ୍ସରେ ସୁନା ଆଣି ପାରିବି ବୋଲି କହି ବକ୍ସର ଲଭଲିନା ଏବେ ଭାରତୀୟଙ୍କ ମନରେ ଊର୍ଜା ଭରି ଦେଇଛନ୍ତି । କହିରଖୁ, ଜୁଲାଇ ୨୬ ତାରିଖରୁ ପ୍ୟାରିସ ଅଲମ୍ପିକ୍ସର ଶୁଭାରମ୍ଭ ହେବାକୁ ଯାଉଛି ।

Get real time updates directly on you device, subscribe now.