fbpx

ରେଡିଓ ଆଉଟରିଚ୍ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା: ଯୁବ ପ୍ରତିଭାଙ୍କୁ ବଡ଼ ସୁଯୋଗ

ଏରସମା: ଜଗତସିଂହପୁରର ଲୋକପ୍ରିୟ ‘ରେଡିଓ ଆଉଟରିଚ୍’ ପକ୍ଷରୁ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟରେ ‘ରଥଯାତ୍ରା’କୁ ନେଇ ଛାତ୍ରଚାତ୍ରୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ୟୁନିକ୍ ଆର୍ଟ ଆଣ୍ଡ କ୍ରାଫ୍ଟ ସହାୟତାରେ ରେଡିଓ ଆଉଟରିଚ୍ ଏହି ପ୍ରତିଯୋଗିତାର ଆୟୋଜନ କରିଥିବା ବେଳେ ଏଥିରେ ସ୍କୁଲର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ରେଡିଓ ଆଉଟରିଚ ଏବଂ ୟୁନିକ୍ ଆର୍ଟ ଆଣ୍ଡ କ୍ରାଫ୍ଟ ତରଫରୁ ଏଭଳି ଏକ ଅଭିନବ ପ୍ରୟାସ କରାଯାଉଛି । ତେବେ ପିଲାମାନଙ୍କୁ ଏକ ବଡ଼ ପ୍ଲାଟଫର୍ମରେ ନିଜ ପ୍ରତିଭା ଦେଖାଇବାକୁ ପ୍ରସ୍ତୁତ କରିବା ଏହି କାର୍ଯ୍ୟକ୍ରମର ଏକ ଲକ୍ଷ୍ୟ ବୋଲି କହିଛନ୍ତି ରେଡିଓ ଆଉଟରିଚ୍ ନିର୍ଦ୍ଦେଶକ ସୁବ୍ରତ କୁମାର ପତି । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ରେଡିଓ ଆଉଟରିଚ୍ ପକ୍ଷରୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ତେବେ ୟୁନିକ୍ ଆର୍ଟ ଆଣ୍ଡ କ୍ରାଫ୍ଟର ମୁଖ୍ୟ ଉଜ୍ଜ୍ୱଳ ଚୌଧୁରୀଙ୍କ ସହ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ କୁମାର ଦାସ, ଦେବେନ୍ଦ୍ର ଦଳାଇ ଏବଂ ଶୁଭଲକ୍ଷ୍ମୀ ବୋଡ଼ିକିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଗନ କୁମାର ସାହୁ ରେଡିଓ ଆଉଟରିଚର ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.