fbpx

ପ୍ରଭୁ ଶିବଙ୍କ ପୂଜାରେ କାହିଁକି ଅର୍ପଣ ହୁଏନି ତୁଳସୀ? ଜାଣନ୍ତୁ ଭୋଳାବାବାଙ୍କ ପୂଜାର ବିଧି

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ସମସ୍ତ ଦେବାଦେବୀଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଶ୍ରଦ୍ଧାଳୁ ପୂଜା ସମୟରେ ନିଜର ଇଷ୍ଟଦେବଙ୍କୁ ତାଙ୍କ ମନ ପସନ୍ଦର ଜିନିଷ ଅର୍ପଣ କରି ବିଧି ଅନୁଯାୟୀ ପୂଜା କରିଥାନ୍ତି । କିନ୍ତୁ ବର୍ତ୍ତମାନ ଶ୍ରାବଣ ମାସ ଯୋଗୁଁ ସବୁ ଶିବ ମନ୍ଦିରରେ ଅଧିକ ଭିଡ଼ ଦେଖାଯାଉଛି । ତେବେ ଆପଣ ଜାଣିଛନ୍ତି କି, ଭଗବାନ ଶିବଙ୍କ ପୂଜାରେ ପବିତ୍ର ତୁଳସୀ ପତ୍ର ଲାଗି ହୋଇନଥାଏ । ହିନ୍ଦୁ ଧର୍ମାବଲମ୍ବୀ ମାନେ ସମସ୍ତ ଦେବାଦେବୀଙ୍କୁ ଧାର୍ମିକ ମାନ୍ୟତା ଅନୁସାରେ, ଇଷ୍ଟଦେବଙ୍କ ପସନ୍ଦର ସବୁ ଜିନିଷ ଅର୍ପଣ କରିଥାନ୍ତି ।

ଧାର୍ମିକ ମାନ୍ୟତା ଅନୁସାରେ, ଭଗବାନ ଶିବଙ୍କୁ ଜଳ, କେଶର, ଚିନି, କ୍ଷୀର, ଦହି, ଘିଅ, ଚନ୍ଦନ ଇତ୍ୟାଦିରେ ଅଭିଷେକ କରାଯାଇଥାଏ । କିନ୍ତୁ ବାବା ଭୋଳାନାଥଙ୍କୁ ବେଲପତ୍ର ଖୁବ ପସନ୍ଦ ହୋଇଥାଏ । ସେଥିପାଇଁ ପ୍ରତ୍ୟେକ ଶିବରାତ୍ରୀରେ ଭୋଳାଶଙ୍କରଙ୍କୁ ଏହି ବେଲପତ୍ର ଅର୍ପଣ କରାଯାଏ । କିନ୍ତୁ ତୁଳସୀ ଅର୍ପଣ କରାଯାଏ ନାହିଁ । ଅନେକ ଲୋକେ ଏ ସମ୍ପର୍କରେ ଅଜଣା ରହିଥିବେ । ତେବେ ଏହାର ପ୍ରକୃତ କାରଣ ପୁରାଣ ସହ ଜଡ଼ିତ ରହିଛି ।

କୁହାଯାଏ, ଏକଦା ଜଳନ୍ଧର ନାମକ ଏକ ରାକ୍ଷସ ନିଜ ଅତ୍ୟାଚାରରେ ଆତଙ୍କ ସୃଷ୍ଟି କରିଥିଲା । ଜଳନ୍ଧର ନିଜ ପତ୍ନୀ ବୃନ୍ଦାଙ୍କ ଉପରେ ମଧ୍ୟ ଅତ୍ୟାଚାର କରୁଥିଲା । ଏହା ଦେଖି ଭଗବାନ ଶିବ କ୍ରୋଧିତ ହୋଇ ଜଳନ୍ଧରକୁ ଶିକ୍ଷା ଦେବା ପାଇଁ ବିଷ୍ଣୁ ଭଗବାନଙ୍କୁ କହିଥିଲେ । କିନ୍ତୁ ବୃନ୍ଦାଙ୍କ ପତିବ୍ରତା ଏଥିରେ ବାଧା ହୋଇଥିଲା । ତେଣୁ ଭଗବାନ ବିଷ୍ଣୁ ଜଳନ୍ଧର ରୂପ ଧାରଣ କରି ବୃନ୍ଦାଙ୍କ ଧର୍ମ ଭଙ୍ଗ କରିଦେଲେ । କୁହାଯାଏ ଯେ, ପୂର୍ବ ଜନ୍ମରେ ତୁଳସୀଙ୍କ ନାମ ଥିଲା ବୃନ୍ଦା ଏବଂ ଶିବଙ୍କ ଅଂଶ ଥିଲା ଜଳନ୍ଧର । କୁକର୍ମ ଯୋଗୁଁ ଜଳନ୍ଧରକୁ ରାକ୍ଷସ କୂଳରେ ଜନ୍ମ ନେବାକୁ ପଡ଼ିଥିଲା । ନିଜ ପତ୍ନୀଙ୍କ ପତିବ୍ରତା ଯୋଗୁଁ ଜୀବିତ ଥିବା ଅସୁରରାଜ ଜଳନ୍ଧରକୁ ନିଜ ଶକ୍ତି ଏବଂ ବୀରତା ଉପରେ ଖୁବ ଗର୍ବ ଓ ଅହଙ୍କାର ଥିଲା ।

ଭଗବାନ ଶିବ ଏବଂ ବିଷ୍ଣୁଙ୍କ ଏହି ଯୋଜନା ବିଷୟରେ ଜାଣି ପରିଥିଲେ ପତ୍ନୀ ବୃନ୍ଦା । ତେଣୁ ବୃନ୍ଦାଙ୍କ ପତିବ୍ରତା ଧର୍ମକୁ ଭାଙ୍ଗିଦେବା ପରେ ସେ ଭଗବାନ ବିଷ୍ଣୁଙ୍କୁ ଅଭିଶାପ ଦେଇଥିଲେ । ତେବେ ଏହି ଅଭିଶାପ ପରେ ଭଗବାନ ବିଷ୍ଣୁ ବୃନ୍ଦାଙ୍କ ସମସ୍ତ ସତ୍ୟ କହିଥିଲେ । ରାକ୍ଷସ ପତିଙ୍କ କବଳରୁ ରକ୍ଷା କରୁଥିବା ବୃନ୍ଦାଙ୍କୁ କହିଥିଲେ ଭଗବାନ ବିଷ୍ଣୁ । ଏହାପରେ ଭଗବାନ ବିଷ୍ଣୁଙ୍କ ଅଭିଶାପ ପାଇଁ ବୃନ୍ଦା କାଠରେ ପରିଣତ ହୋଇଗଲେ ।

ତେବେ ଭଗବାନଙ୍କ ଏହି ଅଭିଶାପ ଯୋଗୁଁ ତୁଳସୀ ଆଜି ପର୍ଯ୍ୟନ୍ତ ଅଭିଶପ୍ତ ଜୀବନ କାଟୁଛନ୍ତି । ତେଣୁ ଆଜି ବି ଭଗବାନ ଶିବଙ୍କ ପୂଜାରେ ତୁଳସୀ ଅର୍ପଣ କରାଯାଏ ନାହିଁ । ତୁଳସୀ ପରିବର୍ତ୍ତେ ଭଗବାନ ଶିବଙ୍କୁ କେତକୀ ଫୁଲ, ନଡ଼ିଆ ପାଣି, କଳା ରାଶି, ସିନ୍ଦର ଏବଂ ହଳଦୀ ଇତ୍ୟାଦି ଅର୍ପଣ କରାଯାଏ ।

Get real time updates directly on you device, subscribe now.