ନୂଆଦିଲ୍ଲୀ: ସଫଳତା ହାସଲ କରିବା ଏବଂ ସଫଳ ହେବା ପାଇଁ ଜ୍ଞାନ ହାସଲ କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଯେକୌଣସି ବୟସ, ପର୍ଯ୍ୟାୟ, ଅବସ୍ଥା କିମ୍ବା ବ୍ୟକ୍ତିଙ୍କ ଦ୍ୱାରା ଜ୍ଞାନ ହାସଲ କରାଯାଇପାରେ । ସେହିଭଳି ଲକ୍ଷ୍ମଣ ରାବଣଙ୍କଠାରୁ କିଛି ଜ୍ଞାନ ପାଇଥିଲେ, ଯାହା ସଫଳତାର ଏକ ଗୁରୁତ୍ୱପୂର୍ଣ୍ଣ ଚାବି ଭାବରେ ବିବେଚନା କରାଯାଏ । ରାବଣ ଜଣେ ମହାନ ପଣ୍ଡିତ, ଅତ୍ୟନ୍ତ ଶିକ୍ଷିତ ଏବଂ ସାହସୀ ଥିଲେ । ଏହା ବ୍ୟତୀତ ରାବଣରେ ଜଣେ ଦକ୍ଷ ରାଜନେତା, ଜଣେ ମହାନ ଯୋଦ୍ଧା ଏବଂ ଅତ୍ୟନ୍ତ ଶକ୍ତିଶାଳୀ ହେବାର ଗୁଣ ମଧ୍ୟ ରହିଥିଲା। ଏହା ବ୍ୟତୀତ ରାବଣଙ୍କର ଅନେକ ଶାସ୍ତ୍ର ବିଷୟରେ ଜ୍ଞାନ ଥିଲା । ଯେତେବେଳେ ରାବଣ ମୃତ୍ୟୁ ଶଯ୍ୟାରେ ଥିଲେ, ଭଗବାନ ଶ୍ରୀ ରାମ ଲକ୍ଷ୍ମଣଙ୍କୁ ରାବଣରୁ ଜୀବନ ସହ ଜଡିତ ଜ୍ଞାନ ଆହରଣ କରିବାକୁ କହିଥିଲେ ।
ତେବେ ଏହା ଶୁଣି ଲକ୍ଷ୍ମଣ ଆଷ୍ଚର୍ଯ୍ୟ ହେବା ସହିତ ଏହାର କାରଣ ମଧ୍ୟ ପଚାରିଥିଲେ । ସେତେବେଳେ ରାମ କହିଥିଲେ, ରାବଣ ଏହି ଜଗତର ନୀତି, ରାଜନୀତି ଏବଂ ଶକ୍ତିର ଜଣେ ମହାନ ପଣ୍ଡିତ। । ସେଥିପାଇଁ ସେ ତୁମକୁ ଏପରି ଜୀବନ ଶିକ୍ଷା ଦେଇପାରିବେ ଯାହା ଅନ୍ୟ କେହି କରିପାରିବେ ନାହିଁ । ରାମଙ୍କ ନିର୍ଦ୍ଦେଶ ଅନୁସରଣ କରି ଲକ୍ଷ୍ମଣ ରାବଣ ନିକଟକୁ ଯାଇଥିଲେ, କିନ୍ତୁ ରାବଣ କିଛି କହି ନଥିଲେ । ଏହାପରେ ଲକ୍ଷ୍ମଣ ଆସି ରାମଙ୍କୁ ଏହି ବିଷୟରେ ଅବଗତ କରାଇବା ପରେ ସେ କହିଥିଲେ, ଜ୍ଞାନ ହାସଲ କରିବା ପାଇଁ ସର୍ବଦା ମୁଣ୍ଡ ପାଖେ ନୁହେଁ ଚରଣ ପାଖେ ରହିବା ଉଚିତ । ଏହାପରେ ଲକ୍ଷ୍ମଣ ରାବଣଙ୍କ ପାଦ ନିକଟରେ ଠିଆ ହୋଇ ଜୀବନ ସହ ଜଡିତ ଜ୍ଞାନ ବିଷୟରେ ପଚାରିବାକୁ ଲାଗିଲେ । ତା’ପରେ ରାବଣ ଲକ୍ଷ୍ମଣଙ୍କୁ ତାଙ୍କ ମୃତ୍ୟୁ ଶଯ୍ୟାରେ ଯାହା କହିଥିଲେ ତାହା ଜୀବନରେ ସଫଳତାର ଚାବି ବୋଲି କୁହାଯାଏ ।
ରାବଣ ଲକ୍ଷ୍ଣଣଙ୍କୁ ଏହି 3 ଜ୍ଞାନ ଦେଇଥିଲେ
- ସମୟର ମହତ୍ତ୍ବ- ରାବଣ ଲକ୍ଷ୍ମଣଙ୍କୁ କହିଥିଲେ, କୌଣସି ଶୁଭ କାମ କରିବା ପାଇଁ ସମୟର ଅପେକ୍ଷା କରନ୍ତୁ ନାହିଁ । ଏହାକୁ ଶୀଘ୍ର ସମ୍ପୁର୍ଣ୍ଣ କରିବା ପାଇଁ ଚେଷ୍ଟା କରନ୍ତୁ । କାରଣ କାହାକୁ ବି ଜଣାନଥାଏ ଜୀବନର ଅନ୍ତିମ ସମୟ କେବେ ଆସିବ । କୁହାଯାଏ, ରାବଣ ଅଳସୁଆ ଥିଲେ ଏବଂ ସେ ଅନ୍ୟ ଦିନର ପ୍ରତିକ୍ଷାରେ କାମ କରୁନଥିଲେ । ଯାହା ଦ୍ବାରା କି କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇପାରୁନଥିଲା ।
- କାହାକୁ ଦୁର୍ବଳ ଭାବନ୍ତୁ ନାହିଁ- ରାବଣ ଲକ୍ଷ୍ମଣକୁ ଦ୍ବିତୀୟ କଥା କହିଥିଲେ, ନିଜର ପ୍ରତିଦ୍ବନ୍ଦୀ ଏବଂ ଶତ୍ରୁ କେବେ ଦୁର୍ବଳ ଭାବିବା ଅନୁଚିତ । ନିଜର ଉଦାହରଣ ଦେଇ ରାବଣ କହିଥିଲେ, ମୁଁ ରାମଙ୍କର ସୈନ୍ୟଙ୍କୁ ଦୁର୍ବଳ ଭାବିଥିଲି, ଯାହାକି ମୋ ପାଇଁ କାଳ ସାବ୍ୟସ୍ତ ହୋଇଥିଲା ।
- ରହସ୍ୟ କାହାକୁ କହିବା ଅନୁଚିତ- ଯଦି ଜୀବନର କୌଣସି ରହସ୍ୟ ରହିଛି, ତାହାଲେ ତାକୁ ସର୍ବଦା ଗୁପ୍ତ ଭାବେ ରଖିବା ଉଚିତ । ଯଦି ସେହି ରହସ୍ୟ ସମସ୍ତଙ୍କ ସାମ୍ନାକୁ ଆସିଯାଇଥାଏ, ତାହାଲେ ଜୀବନ ପାଇଁ ଏହା ଭୁଲ ପ୍ରମାଣିତ ହୋଇଥାଏ ।