ପୁତ୍ରହନ୍ତା ବାପା, ମୋବାଇଲ ପାଇଁ ପୁଅକୁ Batରେ ପିଟିପିଟି ହତ୍ୟା କଲା…

ନୂଆଦିଲ୍ଲୀ: କୁହାଯାଏ କି, ଯାହାର ବାପା ଥାଏ ତାହାର କାହାକୁ ବି ଭୟ ନଥାଏ । ପୁଅ ପାଇଁ ସବୁ ସମସ୍ୟାର ସାମ୍ନା କରିଥାନ୍ତି ବାପା । କିନ୍ତୁ ବେଙ୍ଗାଲୁରୁରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କ ମନରେ ଦୁଃଖ ଦେଇଛି । ଫୋନ ତିଆରି କରିବା ପାଇଁ ଯିଦି କରିବାରୁ ବ୍ୟାଟରେ ପିଟିପିଟି ହତ୍ୟା କରିଲା ବାପା । ଏହି ଘଟଣାକୁ ନେଇ ପ୍ରଥମେ ବଚସା ହୋଇଥିବା ବେଳେ କୋଧିତ ହୋଇ ବାପା ପୁଅର ଜୀବନ ନେଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ପୋଲିସର କହିବା ଅନୁସାରେ, ଫୋନ ଖରାପ କାରଣରୁ 11 ବର୍ଷୀୟ ନାବାଳକ ଜଣ ଏହା ରିପେୟାର କରିବା ପାଇଁ ବାପା ପାଖରେ ଯିଦି କରିଥିଲା । ଏହାକୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ବଚସା ପରେ ଉଗ୍ରରୂପ ନେଇ ପୁଅର ଜୀବନ ନେଇଯାଇଥିଲା । ପ୍ରଥମେ କିଛି ସମୟ ବେଟରେ ବାଡେଇବା ପରେ ତଣ୍ଟି ଚିପିଦେଇଥିବା ବାପା । ଏହାପରେ ପୁ୍ଅ ବେହୋସ ହୋଇଯିବା କାରଣରୁ ତାକୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲା 11 ବର୍ଷର ନାବାଳକ ।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ବାପା ପୁଅକୁ ଅତି ନିର୍ମମ ଭାବେ ପିଟିଥିଲା । ଛୁଆର ମୁଣ୍ଡ ଏବଂ ପିଠିରେ ଗଭୀର ଆଘାତ ଚିହ୍ନ ରହିଥିବା କୁହାଯାଇଛି । ତେବେ ଏହି ଘଟଣାରେ ପୋଲିସ ବାପାକୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିବା ସମୟରେ ପୁତ୍ରର ମାଆ ମଧ୍ୟ ଧରେ ରହିଥିବା ଜଣାପଡିଛି ।