ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ବ୍ରେକ୍‌ଅପ୍‌ ହେଲେ ଆପଣ ହେବେ ଅଫିସର

ବାହାରିଲା ନିଯୁକ୍ତି ସୁଯୋଗ। ଡେଟିଂ ଅଫିସର ପାଇଁ କମ୍ପାନୀ ବାହାର କଲା ନିଯୁକ୍ତି। ବ୍ରେକଅପ୍ ହୋଇଥିଲେ ମିଳିବ ଚାକିରି। ସୋସିଆଲ ମିଡିଆରେ ବଢିଲା ଚର୍ଚ୍ଚା।

ବେଙ୍ଗାଲୁରୁ: ଆପଣ ପ୍ରେମରେ ଧୋକା ଖାଇଛନ୍ତି କି। ତେବେ ଆପଣଙ୍କୁ ମିଳିବ ବଡ଼ ଚାକିରି କରିବାର ସୁବିଧା। ତାହା ପୁଣି ବଡ଼ କମ୍ପାନୀରେ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ।

ଯେଉଁମାନେ ପ୍ରେମରେ ଧୋକା ଖାଇଛନ୍ତି ସେମାନଙ୍କ ଲାଗି ଆମ ଭାରତ ଭିତରେ ରହିଛି ଏପରି ସୁବର୍ଣ୍ଣ ସୁଯୋଗ। ଆଉ ଏ ସୁଯୋଗ ଆଣି ଦେଇଛି ବେଙ୍ଗାଲୁରୁ ସହରର ଏକ ଘରୋଇ କମ୍ପାନୀ।

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ତେବେ ଆଜି କାଲିର ଯୁବପିଢୀଙ୍କ ଭିତରେ ଅଧିକାଂଶ ବ୍ରେକଅପ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ବ୍ରେକଅପ ପରେ କିଏ ଜୀବନ ହାରୁଛି ତ ଆଉ କିଏ ଟ୍ରେସକୁ ଚାଲିଯାଉଛି।

ଆଉ ଏହାରି ଭିତରେ ପ୍ରେମରେ ଧୋକା ଖାଇଥିବା ଯୁବକ ଯୁବତୀଙ୍କ ପାଇଁ ଏକ ଘରୋଇ କମ୍ପାନୀ ତରଫରୁ ମିଳିଛି ଚାକିରି କରିବାର ସୁବିଧା। ହଁ ଆପଣ ଠିକ୍ ଶୁଣିଲେ, ଏଥିରେ କିନ୍ତୁ ସମସ୍ତେ ଆବେଦନ କରିପାରିବେ ନାହିଁ। ଯେଉଁମାନେ ପ୍ରେମରେ ଧୋକା ଖାଇଛନ୍ତି ସେମାନଙ୍କୁ ହିଁ ନିଯୁକ୍ତି ସୁଯୋଗ ମିଳିବ।

ଘରୋଇ କମ୍ପାନୀକୁ ନେଇ ବଢି଼ଲା ଚର୍ଚ୍ଚା: ତେବେ ଏନେଇ ବେଙ୍ଗାଲୁରୁର ଘରୋଇ କମ୍ପାନୀ ଟପ୍ ମେଟ୍ ଡେଟିଂ ଅଫିସର ପାଇଁ ପୋଷ୍ଟ ଖୋଲିଛି। ଏଥିପାଇଁ କେବଳ ଧୋକା ଖାଇଥିବା ଯୁବକ ଯୁବତୀ ହିଁ ଫର୍ମ ପକାଇ ପାରିବେ।

ଆଉ ଏହି କମ୍ପାନୀରେ କେବଳ ବ୍ରେକଅପ ହୋଇଥିବା ଲୋକଙ୍କୁ ହିଁ ଚାକିରି ମିଳିବ ବୋଲି ସ୍ପଷ୍ଟ କରାଯାଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କେବଳ ଚାକିରି ମିଳିବ ତାହା ନୁହେଁ ଉଚ୍ଚ ଦରମା ମଧ୍ୟ ମିଳିବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କାହାକୁ ମିଳିବ ଚାକିରି: ସୂଚନା ଅନୁସାରେ, ସଂପୃକ୍ତ କମ୍ପାନୀ ଚିଫ୍‌ ଡେଟିଂ ଅଫିସର ପୋଜିସନ୍‌ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଯେଉଁମାନେ ଏହି ଚାକିରି ଲାଗି ଆବେଦନ କରିବେ ସେମାନେ ଅନଲାଇନ୍‌ ଡେଟିଂ , ବ୍ରେକଅପ୍‌ ଓ ଲଭ୍‌ର ବିଟ୍‌ ଟୁ ବିଟ୍‌ ଜାଣିଥିବାର ଆବଶ୍ୟକତା ରହିଛି।

ଯେଉଁମାନେ ଏହି ଯୋଗ୍ୟତା ରଖିଥିବେ ସେମାନେ ଚାକିରି ପାଇବେ ବୋଲି କୁହାଯାଉଛି । ଗୋଟିଏ ବ୍ରେକ ଅପ ସହିତ ଦୁଇଟି ସିଚୁଏସନ ଓ ୩ଟି ଡେଟରେ ଯାଇଥିବା ଲୋକଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କୁହାଯାଉଛି ।