Video: ” ……. ତୋ ଗୋଡ଼ ଛିଡ଼ି ପଡୁରେ” Like-Views ପାଇଁ ଯୁବକଙ୍କ ହୀନକର୍ମ ଦେଖି ଲୋକ ଫାୟାର୍

ନୂଆଦିଲ୍ଲୀ: Like-Views ପାଇଁ ଲୋକ ଦିନକୁ ଦିନ ହୀନକର୍ମ କରିବାରେ ଲାଗିଲେଣି ଲୋକ। କିଏ କୁକୁର କ୍ଷୀର ପିଇଲାଣି ତ, ପୁଣି ଆଉ କିଏ ଗାଈ ପିଠିରେ ଚଡ଼ି ନାଚିଲାଣି।

ଭ୍ୟୁଜ୍, ଲାଇକ୍-କମେଣ୍ଟ୍ ପାଇଁ ମାନବିକତା ଭୁଲିଗଲେ ଯୁବକ, ଗୋମାତାଙ୍କ ପିଠିରେ ଚଢ଼ି ନାଚିଲେ। ସୋସିଆଲ ମିଡିଆରେ ଏହି ଏବେ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି କ୍ଲିପ୍ ରେ ଜଣେ ଯୁବକ ଏକ ଗାଈର ପିଠି ଉପରେ ଚଢ଼ି ଡ୍ୟାନସ୍ କରୁଛି। ଯେଉଥିରେ ଗାଈର ଆଖିରୁ ଲୁହ ଝରୁଥିବାର ଦେଖିବାକୁ ମିଳୁଛି। ତେବେ ଏହି ଭିଡିଓଟି ସୋସିଆୱଲ ମିଡିଆରେ ଘୁରି ବୁଲୁଛି।

ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି। ତେବେ ଏହି ଭିଡିଓକୁ ନେଇ ଅନେକକ ୟୁଜର୍ସ ପ୍ରତିକ୍ରିୟା ରଖିଛନ୍ତି ।

ଜଣେ ୟୁଜର ଲେଖିଛନ୍ତି- “ଯୋଗିନୀଖିଆ ତୋ ଗୋଡ଼ ଛିଡ଼ି ପଡୁରେ।” ଅନେକ ଲୋକ ଖରାପ ଖରାପ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି।