ମମତାଙ୍କର ବଢ଼ିଲା ଅଡୁଆ, ତୃଣମୂଳ ଅଫିସ କାର୍ଯ୍ୟାଳୟରେ ବିଜେପି ମହିଳା ସମର୍ଥକଙ୍କୁ ଦୁଷ୍କର୍ମ ଅଭିଯୋଗ
ମମତାଙ୍କ ପାର୍ଟି କାର୍ଯ୍ୟାଳୟ ନାଁରେ ସାଂଘାତିକ ଅଭିଯୋଗ। ବିଜେପି ମହିଳା କର୍ମୀଙ୍କୁ ଅଫିସ ଡାକି ଦୁଇ ଜଣ କରିଛନ୍ତି ଦୁଷ୍କର୍ମ। ଥାନାରେ ଏତଲା ଦେଲେ ପୀଡିତାଙ୍କ ସ୍ୱାମୀ।
ପଶ୍ଚିମବଙ୍ଗ: ମମତାଙ୍କ ପାର୍ଟି କାର୍ଯ୍ୟାଳୟ ନାଁରେ ସାଂଘାତିକ ଅଭିଯୋଗ। ବିଜେପି ମହିଳା କର୍ମୀଙ୍କୁ ଅଫିସ ଡାକି ଦୁଇ ଜଣ କରିଛନ୍ତି ଦୁଷ୍କର୍ମ। ଥାନାରେ ଏତଲା ଦେଲେ ପୀଡିତାଙ୍କ ସ୍ୱାମୀ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ତୁମ୍ୱି ତୋଫାନ।
ବିଜେପି ଏହି ଘଟଣାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ବେଳେ, ଅନ୍ୟପଟେ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ହୋଇଛି ସେମାନେ ପୀଡିତାଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି। ଆଉ ଏହି ଅଭିଯୋଗ ଆଉ ପାଲଟା ଅଭିଯୋଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଫିସରେ ଦୁଷ୍କର୍ମ: ଘଟଣାଟି ପଶ୍ଚିମବଙ୍ଗ ମିଦନାପରୁ ଜିଲ୍ଲାର ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ହୋଇଥିବା ଅଭିଯୋଗ ହୋଇଛି। ଜଣେ ମହିଳା ବିଜେପି ସମର୍ଥକଙ୍କୁ ଜଣେ ଗ୍ରାମ ମୁଖିଆ ଏବଂ ତାଙ୍କର ସହଯୋଗୀ ଅଫିସ ଭିତରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।
ପୀଡିତାଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ତ୍ରୀଙ୍କୁ ରବିବାର ପାର୍ଟି ଅଫିସକୁ ଡକାଯାଇଥିଲା, ଯେଉଁଠାରେ ମୁଖିଆ ଏବଂ ତାଙ୍କ ସହଯୋଗୀ, ଉଭୟ ବୟସ୍କ ବ୍ୟକ୍ତି ତାଙ୍କୁ ବଳାତ୍କାର କରିଥିଲେ।
ଥାନାରେ ଏତଲା: ପୀଡିତାଙ୍କ ସ୍ୱାମୀ ଏନେଇ ଥାନାରେ ଅଭିଯୋଗ କରିଥିଲେ। ସେପଟେ ମୁଖିଆଙ୍କ ପାଲଟା ଅଭିଯୋଗ, ଏହା “ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ”। ସେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ତାଙ୍କୁ ବିଜେପି ଦ୍ୱାରା ପ୍ରତାରିତ ଏବଂ ଫସାଇ ଦିଆଯାଉଛି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି।
ଦୁହେଁ ଥାନାରେ ମଧ୍ୟ FIR ଦେଇଛନ୍ତି। ମହିଳାଙ୍କ ଅଭିଯୋଗ ଏବଂ ମୁଖିଆଙ୍କ ପାଲଟା ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏକ ବିବୃତ୍ତିରେ, ତୃଣମୂଳ ଜିଲ୍ଲା ସଭାପତି ସୁଜୟ ହାଜରା କହିଛନ୍ତି ଯେ, ଦଳ ମହିଳାଙ୍କ ପ୍ରତି ଅସମ୍ମାନକୁ ସହ୍ୟ କରେ ନାହିଁ।
“ଯଦି ମହିଳା ଅଭିଯୋଗ କରିଥିବା କଥା ସତ୍ୟ ବୋଲି କୌଣସି ପ୍ରମାଣ ମିଳେ, ତେବେ ତୃଣମୂଳ କଂଗ୍ରେସ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ,। ବିଜେପି ପଶ୍ଚିମ ମେଦିନୀପୁର ପୋଲିସ ଉପରେ ଅବହେଳାର ଅଭିଯୋଗ ଆଣି କହିଛି ଯେ ଦଳୀୟ କର୍ମୀମାନେ ବିରୋଧ କରିବା ପରେ ହିଁ ତଦନ୍ତ ଆରମ୍ଭ କରାଯାଇଥିଲା।
ଏହି ଅଭିଯୋଗ ଘଟଣାର ପ୍ରତିକ୍ରିୟାରେ, ବିଜେପି ବିଧାୟକ ଅଗ୍ନିମିତ୍ର ପାଉଲ ଅଭିଯୋଗ କରିଛନ୍ତି ଯେ ତୃଣମୂଳ କାର୍ଯ୍ୟାଳୟଗୁଡ଼ିକ “ବଳାତ୍କାରର କେନ୍ଦ୍ର” ପାଲଟିଛି ଏବଂ କହିଛନ୍ତି ଯେ ସ୍ଥାନୀୟ ପରୀକ୍ଷା ସମାପ୍ତ ହେବା ମାତ୍ରେ ପଶ୍ଚିମ ମିଦନାପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ବାହାରେ ପ୍ରତିବାଦ କରାଯିବ।