ପୁଣିଥରେ ପହଲଗାମ୍ ହମଲାକୁ ନେଇ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ
ମୋଦୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦିଲ୍ଲୀରେ ବସୁଛି ଘନଘନ ବୈଠକ। କିପରି ନରହନ୍ତା ଆତଙ୍କୀକୁ ନିପାତ କରାଯିବ ତାଉପରେ ହେଉଛି ଆଲୋଚନା। ଶତ୍ରୁ ଦେଶ ପାଖରୁ କିପରି ଭାରତକୁ ସୁରକ୍ଷିତ ରଖାଯାଇ ପାରିବ ତା ଉପରେ ଚାଲିଛି ବିଶ୍ଳେଷଣ।
ଆଉ ଏହାରି ଭିତରେ ପୁଣିଥରେ ପହଲଗାମ୍ ହମଲାକୁ ନେଇ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇପାରେ ବୋଲି ସୂଚନା ମିଳିଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ରାଜନାଥ ସିଂ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ସେଥିପାଇଁ ବୈଠକର ପ୍ରସ୍ତୁତି ଚାଲିଛି। ଅନୁମାନ କରାଯାଉଛି ପାକିସ୍ତାନ ଉପରେ ପୁଣି ଥରେ ବଡ଼ ଧରଣର ହମଲା କରିବା ପାଇଁ ପ୍ରସ୍ତୁତ ହେଉଛି ଭାରତ।